ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଭକ୍ତଙ୍କ ସମସ୍ତ ସଙ୍କଟ ଦୂର କରିଥାନ୍ତି ଭଗବାନ ହନୁମାନ । ସେଥିପାଇଁ ତାଙ୍କୁ ସଙ୍କଟମୋଚନ ବୋଲି କୁହାଯାଇଥାଏ । ପ୍ରଭୁ ଶ୍ରୀରାମଙ୍କର ପରମ ଭକ୍ତ ହେଉଛନ୍ତି ହନୁମାନ । ସର୍ବଦା ରାମନାମ ସ୍ମରଣ କରିଥାନ୍ତି ହନୁମାନ । କିନ୍ତୁ ଥରେ ପ୍ରଭୁ ଶୀରାମ ସଙ୍କଟ ପଡିବା ହେତୁ ହନୁମାନ ପଞ୍ଚମୁଖୀ ଅବତାର ଧାରଣ କରି ତାଙ୍କୁ ସଙ୍କଟରୁ ଉଦ୍ଧାର କରିଥିଲେ । ତେବେ ଆସନ୍ତୁ ଜାଣିବା ହନୁମାନଙ୍କ ପଞ୍ଚମୁଖୀ ଅବତରେ ବିଷୟରେ…
ଲଙ୍କା ଯୁଦ୍ଧ ସମୟରେ ଯେତେବେଳେ ରାବଣର ଭାଇ ଅହିରାବଣ ନିଜର ମାୟାବି ଶକ୍ତି ବଳରେ ସ୍ୱୟଂ ଭଗବାନ ରାମ ଏବଂ ଲକ୍ଷ୍ମଣଙ୍କୁ ମୂର୍ଛିତ କରି ତାଙ୍କୁ ପାତଳ ଲୋକ ନେଇଯାଇଥିଲା । ସେଠାରେ ଅହୀରାବଣ ପାଞ୍ଚ ଦିଗରେ ପାଞ୍ଚଟି ଦୀପ ଜାଳିଥିଲା । ତାକୁ ବରଦାନ ମିଳିଥିଲା କି ଯେପର୍ଯ୍ୟନ୍ତ କେହି ଏକାସଙ୍ଗେ ଏହି ଦୀପଗୁଡିକୁ ନଲିଭାଇଛନ୍ତି ସେପର୍ଯ୍ୟନ୍ତ ଅହିରାବଣର ବଧ ହେବ ନାହିଁ । ଅହିରାବଣର ଏହି ମାୟାକୁ ଶେଷ କରିବା ପାଇଁ ପାଞ୍ଚ ଦିଗ ଆଡକୁ ମୁହାଁ କରିଥିବା ପଞ୍ଚମୁଖୀ ହନୁମାନର ଅବତାର ନେଇଥିଲେ ହନୁମାନ । ଏହାସହିତ ଏକାସଙ୍ଗରେ ପାଞ୍ଜଟି ଦୀପ ଲିଭାଇ ଅହୀରାବଣ ବଧ କରିଥିଲେ । ଏହାପରେ ପ୍ରଭୁ ରାମ ଏବଂ ଲକ୍ଷ୍ମଣ ବନ୍ଧନ ମୁକ୍ତ ହୋଇଥିଲେ ।