ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆସନ୍ତା କାଲିଠୁ ଆରମ୍ଭ ହୋଇଯିବ ଶାରଦୀୟ ନବରାତ୍ରୀ । ନଅ ଦିନ ଯାକ ମା’ ଦୁର୍ଗାଙ୍କର ନଅ ସ୍ୱରୂପଙ୍କୂ ପୂଜାର୍ଚ୍ଚନା କରାଯିବ । ଏହି ଅବସରରେ ମା’ଙ୍କୁ ପ୍ରସନ୍ନ କରିବା ପାଇଁ ଲାଗି ପଡିବେ ଭକ୍ତ । ଯଦି ଆପଣଙ୍କ ବି ମା’ଙ୍କର କୃପା ପ୍ରାପ୍ତ କରିବାକୁ ଚାହୁଁଛନ୍ତି ତେବେ ଏହି ଉପାୟ ଆପଣାନ୍ତୁ । କାରଣ ଶାସ୍ତ୍ରରେ ମା’ଙ୍କର ପ୍ରିୟ ରଙ୍ଗ ବିଷୟରେ ବର୍ଣ୍ଣିତ ଅଛି । ନବରାତ୍ରିରେ ମାଙ୍କ ନଅ ସ୍ୱରୂପଙ୍କର ଭିନ୍ନ ଭିନ୍ନ ରଙ୍ଗ ରହିଛି । ସେହିଅନୁଯାୟୀ ଯଦି ଆପଣ ମା’ଙ୍କ ଦିନ ଅନୁସାରେ ସେହି ରଙ୍ଗର ବସ୍ତ୍ର ଧାରଣ କରିବେ ତେବେ ମାତା ରାଣୀଙ୍କର ବିଶେଷ କୃପା ଲାଭ ହୋଇଥାଏ ବୋଲି କୁହାଯାଏ । ତେବେ ଆସନ୍ତୁ ଜାଣିବା ମା’ଙ୍କର ପ୍ରିୟ ରଙ୍ଗ ।
ନବରାତ୍ରୀର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କୁ ଆରାଧନା କରାଯାଏ । ଏହି ଦେବୀଙ୍କର ପ୍ରିୟ ରଙ୍ଗ ହେଉଛି ଲାଲ । ଯଦି ଆପଣ ଏହି ଦିନ ଲାଲ ରଙ୍ଗର ବସ୍ତ୍ର ଧାରଣ କରି ଦେବୀଙ୍କ ପୂଜାର୍ଚ୍ଚନା କରିବେ ତେବେ ମାତାଙ୍କ ବିଶେଷ କୃପା ଲାଭ ହୋଇଥାଏ ।
ଦ୍ୱିତୀୟ ଦିନ ମା’ ବ୍ରହ୍ମଚାରିଣୀଙ୍କୁ ପୂଜାର୍ଚ୍ଚନା କରାଯାଏ । ଏହି ଦେବୀଙ୍କ ପ୍ରିୟ ରଙ୍ଗ ହେଉଛି ହଳଦିଆ । ସେଥିପାଇଁ ଏହିଦିନ ହଳଦିଆ ବସ୍ତ୍ର ଧାରଣ କରନ୍ତୁ । ଏହାଦ୍ୱାରା ମନ ସ୍ଥିର ରହିବ ।
ତୃତୀୟ ଦିନ ମା’ ଚନ୍ଦ୍ରଘଣ୍ଟାଙ୍କୁ ଆରାଧନା କରାଯାଏ । ଏହି ଦେବୀଙ୍କ ପ୍ରିୟ ରଙ୍ଗ ହେଉଛି ସବୁଜ । ସେଥିପାଇଁ ଏହିଦିନ ସବୁଜ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କୁ ପୂଜା କରାଯାଏ । ଏହି ଦେବୀଙ୍କ ପ୍ରିୟ ରଙ୍ଗ ହେଉଛି ଗ୍ରେ । ସେଥିପାଇଁ ଏହି ଗ୍ରେ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ପଞ୍ଚମ ଦିନ ମା’ ସ୍କନ୍ଦମାତାଙ୍କୁ ଆରାଧନା କରାଯାଏ । ଏହି ଦେବୀଙ୍କ ପ୍ରିୟ ରଙ୍ଗ ହେଉଛି ନାରଙ୍ଗି । ସେଥିପାଇଁ ଏହି ମା’ଦିନ ନାରଙ୍ଗି ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ଷଷ୍ଠ ଦିନ ମା’ କାତ୍ୟାୟନୀଙ୍କୁ ପୂଜା କରାଯାଏ । ଏହି ଦେବୀଙ୍କର ପ୍ରିୟ ରଙ୍ଗ ହେଉଛି ଧଳା । ସେଥିପାଇଁ ଏହି ଦିନ ଧଳା ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ସପ୍ତମୀ ଦିନ ମା’ କାଳରାତ୍ରୀଙ୍କୁ ଆରାଧନା କରାଯାଏ । ଏହି ଦେବୀଙ୍କର ପ୍ରିୟ ରଙ୍ଗ ହେଉଛି ଗୋଲାପୀ । ସେଥିପାଇଁ ଏହି ଦିନ ଗୋଲାପୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ଅଷ୍ଟମୀ ଦିନ ମା’ ମହାଗୌରୀଙ୍କୁ ପୂଜା କରାଯାଏ । ଏହି ଦେବୀଙ୍କର ପ୍ରିୟ ରଙ୍ଗ ହେଉଛି ଆକାଶୀ । ସେଥିପାଇଁ ଏହି ଦିନ ଆକାଶୀ ରଙ୍ଗର ବସ୍ତ୍ର ଧାରଣ କରନ୍ତୁ ।
ନବମୀ ଦିନ ମା’ ସିଦ୍ଧିଦାତ୍ରୀଙ୍କୁ ଆରାଧନା କରାଯାଏ । ଏହି ଦେବୀଙ୍କର ପ୍ରିୟ ରଙ୍ଗ ହେଉଛି ନୀଳ । ସେଥିପାଇଁ ଏହି ଦିନ ନୀଳ ରଙ୍ଗର ବସ୍ତ୍ର ଧାରଣ କରି ମାଙ୍କର ଉପାସନା କରନ୍ତୁ ।