ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଜାରି ରହିଛି ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ) ର ନିଲାମୀ । ନିଲାମୀର ପ୍ରଥମ ଦିନରେ ଅନେକ ଭାରତୀୟ ଏବଂ ବିଦେଶ ଖେଳାଳୀଙ୍କ ଭାଗ୍ୟ ଚମକି ଉଠିଛି । ଖେଳାଳୀଙ୍କ ଉପରେ ଟଙ୍କା ବର୍ଷା କରି ଫ୍ରାଚାଇଜ୍ ।
ପ୍ରଥମ ଦିନରେ ଇଶାନ କିଶାନକୁ ୧୫.୨୫ କୋଟି ଟଙ୍କାରେ କିଣି ନୂତନ ରେକର୍ଡ କରିଛି ମୁମ୍ବାଇ ଇଣ୍ଡିଆନ୍ । ସେ ଏବେ ଆଇପିଏଲ ଇତିହାସରେ ଦ୍ୱିତୀୟ ମହଙ୍ଗା ଖେଳାଳି ହୋଇଯାଇଛନ୍ତି । ଦୀର୍ଘ ଦିନ ଧରି ମୁମ୍ବାଇ ସହ ଯୋଡି ହୋଇଛନ୍ତି ଇଶାନ । ମେଗା ନିଲାମୀର ପ୍ରଥମ ଦିନରେ ସେ ମହଙ୍ଗା ଖେଳାଳୀ ରହିଛନ୍ତି ।
ନିଲାମୀରେ ଚର୍ଚ୍ଚା ସାଉଣ୍ଟିଥିବା ଇଶାନ ଯେତେବେଳେ ନିଜ ଇଂଷ୍ଟାଗ୍ରାମରେ ଖୁସି ସେୟାର କଲେ ସେତେବେଳେ ତାଙ୍କ ଗର୍ଲଫ୍ରେଣ୍ଡ ଆଦିତି ହ୍ୟୁଣ୍ଡାଇ ମଧ୍ୟ ଇଂଷ୍ଟାଗ୍ରାମରେ ଏକ କମେଣ୍ଟ ଜରିଆରେ ନିଜର ରିଆକ୍ସନ ଦେଇଛନ୍ତି ।