ୱେଲିଂଟନ (ଏଟିଆର ବ୍ୟୁରୋ); ଭାରତ ପାଇଁ ୨୨୦ ରନର ବିଜୟ ଲକ୍ଷ ରହିଛି । ଏହି ବିଶାଳ ସ୍କୋରକୁ ଅତିକ୍ରମ କରିବା ପାଇଁ ଭାରତୀୟ ବ୍ୟାଟିଂ ଲାଇନକୁ ଦୃଢ଼ କରିବାକୁ ପଡିବ । ତେବେ ଆଜିର ମ୍ୟାଚରେ ଭାରତର ବ୍ୟାଟିଂ ଦୃଢ଼ ରହିବ ବୋଲି ଆଶା କରାଯାଇଛି । ଦଳରେ ୫ ଜଣ ବ୍ୟାଟ୍ସମ୍ୟାନ ଏବଂ ୩ ଜଣ ଦକ୍ଷ ଅଲରାଉଣ୍ଡର ରହିଛନ୍ତି । ଏଣୁ ଭାରତ ମ୍ୟାଚ ଜିତିବାର ଅଧିକାଂଶ ଭରଷା ରହିଛି । ମାତ୍ର ବିଶାଳ ସ୍କୋର ହୋଇଥିବାରୁ ମ୍ୟାଚଟି ସଂଘର୍ଷପୂର୍ଣ୍ଣ ହେବ ବୋଲି କ୍ରିକେଟ ପ୍ରେମୀ ଆଶା କରିଛନ୍ତି ।
ଭାରତ ଟସ ଜିତି ପ୍ରଥମେ ବୋଲିଂ କରିବାର ନିଷ୍ପତି ନେଇଥିଲା । ଘରୋଇ ନ୍ୟିୁଜିଲାଣ୍ଡ ପ୍ରଥମେ ବ୍ୟାଟିଂ କରି ନିର୍ଦ୍ଧାରିତ ଓଭରରେ ୬ଗୋଟି ମୂଲ୍ୟବାନ ୱିକେଟ ହରାଇ ୧୧୯ ରନ କରିଛି । ନ୍ୟୁଜିଲାଣ୍ଡ ଦଳ ପକ୍ଷରୁ ଟିମ ସେଇଫର୍ଟ ସର୍ବାଧିକ ୮୪ ରନ କରିଛନ୍ତି । ତେବେ ତାଙ୍କ ସହ ଓପନିଂ ବ୍ୟାଟ୍ସମ୍ୟାନ କୋଲିନ ମୁନରୋ ୩୪ କରିଛନ୍ତି । ଦୁହିଁଙ୍କ ପ୍ରାରମ୍ଭିକ ଯୋଡି ପାଇଁ ଦଳ ବିଶାଳ ସ୍କୋର କରିବାରେ ସଫଳ ହୋଇଛି । ସେପଟେ ଭାରତୀୟ ଦଳ ପକ୍ଷରୁ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର,ଖଲିଲ ଅହମ୍ମଦ,କୁନାଲ ପାଣ୍ଡ୍ୟା ଏବଂ ଚହଲ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ତେବେ ସବୁ ବୋଲରଙ୍କ ନିର୍ଦ୍ଧୁମ ମାଡ ମାରିଛନ୍ତି କ୍ୟୁଇ ବ୍ୟାଟ୍ସମ୍ୟାନ ।
ସେପଟେ ଭାରତ ଏହି ସ୍ୱୋରକୁ ପିଛା କରିବାକୁ ଯାଇ ମାତ୍ର ୧୮ ରନରେ ଗୋଟିଏ ମୂଲ୍ୟବାନ ୱିକେଟ ହରାଇ ଦେଇଛି । ଦଳର ଅଧିନାୟକ ରୋହିତ ଶର୍ମା ଆଉଟ ହୋଇ ପାଭିଲିୟନ ଫେରି ଯାଇଛନ୍ତି । ସେ ବ୍ୟକ୍ତିଗତ ମାତ୍ର ୧ ରନ କରିଛନ୍ତି । ଏବେ ଦଳ ପକ୍ଷରୁ ବିଜୟ ଶଙ୍କର ଏବଂ ଧାୱନ ବ୍ୟାଟିଂ ଜାରି ରଖିଛନ୍ତି । ଧାୱନ ୧୭ ରନ କରିଥିବା ବେଳେ ବିଜୟ ଗୋଟିଏ ବଳ ସମୁଖୀନ ହୋଇ କୌଣସି ରନ କରି ନାହାଁନ୍ତି । ତେବେ ଭାରତ ଯଦି ଏହି ମ୍ୟାଚ ଜିତେ ତେବେ ଏହା ରେକର୍ଡ ହେବ । ଭାରତ ପୂର୍ବରୁ କେବେ ନ୍ୟୁଜିଲାଣ୍ଡରେ ଟି-୨୦ ମ୍ୟାଚ ଜିତି ନାହିଁ । ଯଦିଓ ନ୍ୟୁଜିଲାଣ୍ଡ ବିପକ୍ଷରେ ବିଜୟ ହୋଇଛି ତେବେ ଭାରତରେ ହିଁ ଜିତିଛି ।