ଭୁବନେଶ୍ୱର ( ଏଟିଆର ବ୍ୟୁରୋ ) ; ବାତ୍ୟା ତିତଲି ଯୋଗୁ ରାଜ୍ୟରୂ ବିଭିନ୍ନ ଜିଲ୍ଲାରେ ଦେଖାଦେଇଥିବା ବନ୍ୟା ପରିସ୍ଥିତିର ମୁକାବିଲା କରିବା ପାଇଁ ରାଜ୍ୟ ସରକାର ପୁରାଦମରେ ଲାଗି ପଡିଛନ୍ତି ।
ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳରେ ଉଦ୍ଧାର ଓ ରିଲିଫ କର୍ଯ୍ୟ ଜାରୀ ରହିଛି । ପ୍ରାୟ ୧୪ଟି ଏନଡିଆରଏଫ ଟିମ, ୨୬ଟି ଓଡ୍ରାଫ୍ ଟିମ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛନ୍ତି । ଗଞ୍ଜାମରେ ସର୍ବାଧିକ ୮ଟି ଟିମ ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଗଜପତି, ଜଗତସିଂହପୁର ଏବଂ ବାଲେଶ୍ୱର ଜିଲ୍ଲାରେ ୪ଟି ଲେଖାଏଁ ଟିମ ନିୟୋଜିତ ହୋଇଛନ୍ତି । ଗଞ୍ଜାମର ରଙ୍ଗେଇଲୁଣ୍ଡା ଏୟାରଷ୍ଟ୍ରିପରେ ଉଦ୍ଧାର ଏବଂ ରିଲିଫ କାର୍ଯ୍ୟ ପାଇଁ ଭାରତୀୟ ନୌସେନାର ଏକ ହେଲିକାପ୍ଟର ନିୟୋଜିତ ହୋଇଛି ।
ଏହାସହ ବାତ୍ୟା କିମ୍ବା ବନ୍ୟାରେ ମୃତ୍ୟୁବରଣ କରିଥିବା ଲୋକଙ୍କ ପରିବାର ବର୍ଗଙ୍କୁ ୪ଲକ୍ଷ ଟଙ୍କାର ସହାୟତା ରାଶି ଦେବେ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ଗତ କାଲି ଗଞ୍ଜାମ ଜିଲ୍ଲାରେ ମାଟି ଅତଡା ଖସି ୧୨ଜଣ ମୃତ୍ୟୁ ବରଣ କରିଛନ୍ତି । ଏ ସଂପର୍କରେ ଜିଲ୍ଲାପାଳଙ୍କୁ ରିପୋର୍ଟ ମଗାଯାଇଛି । ରିପୋର୍ଟ ଆସିବା ପରେ ତୁରନ୍ତ ସହାୟତା ରାଶି ଦିଆଯିବ ବୋଲି କହିଛନ୍ତି ଚିଫ୍ ସେକ୍ରେଟାରୀ ଆଦିତ୍ୟ ପ୍ରଶାଦ ପାଢ଼ି ।
ଏହାସହ ଦୁର୍ବଳ ହୋଇ ଅବପାତରେ ପରିଣତ ହୋଇଥିବା ତିତଲି ଏବେ କେନ୍ଦୁୁଝର ଠାରୁ ୮୦ କିମି ଦୂର ଦକ୍ଷୀଣରେ ରହିଛି । ଆଗାମୀ ୧୮ ଘଣ୍ଟା ମଧ୍ୟରେ ଏହା ସୁଦୃଶ୍ୟ ଲଘୁଚାପରେ ପରିଣତ ହେବ । ଯାହାଫଳରେ ଆଗାମୀ ୧୨ ଘଣ୍ଟା ମଧ୍ୟରେ ବାଲେଶ୍ୱର, ଭଦ୍ରକ, କେନ୍ଦୁଝର, ଯାଜପୁର, କେନ୍ଦ୍ରାପଡା ଏବଂ ମୟୁରଭଞ୍ଜ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଫଳରେ ବୈତରଣୀ ନଦୀରେ ବନ୍ୟା ଆଶଙ୍କା କରାଯାଉଛି ।
ଗଜପତିରେ ବିଦ୍ୟୁତ ସେବା ସ୍ୱାଭାବିକ ହେବାକୁ ଆଉ ୭ଦିନ ସମୟ ଲାଗିବ ବୋଲି ଜଣା ପଡିଛି । ଗଞ୍ଜାମର ଆସିକା ଓ ପୁରୁଷୋତ୍ତମପୁରରେ ଅଧିକ କ୍ଷୟକ୍ଷତି ହୋଇଛି । ଆଜି ସନ୍ଧ୍ୟାସୁଦ୍ଧା ଏହି ଜିଲ୍ଲାର କିଛି ଅଞ୍ଚଳରେ ବିଦ୍ୟୁତ ସେବା ସ୍ୱାଭାବିକ ହେବ, ଗ୍ରାମାଞ୍ଚଳରେ ନଳକୂପ ଗୁଡିକୁ କାର୍ଯ୍ୟକ୍ଷମ କରାଯାଇଛି, ବ୍ଲକ ମୁଖ୍ୟାଳୟରେ ଜେନେରେଟର ସାହାର୍ଯ୍ୟରେ ପାଣି ଯୋଗାଯାଉଛି ବୋଲି କହିଛନ୍ତି ଶ୍ରୀ ପାଢ଼ୀ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024