ଭୁବନେଶ୍ୱର,(ଏଟିଆର ବ୍ୟୁରୋ): ଢ଼େରଦିନ ପରେ ପୁଣି ସାମ୍ନାକୁ ଆସିଛି ଆଉ ଏକ ଭାଇରାଲ ଭିଡ଼ିଓ । ପ୍ରେମିକ ଓ ପ୍ରେମିକାଙ୍କ ଜବରଦସ୍ତ ଅନ୍ତରଂଗ ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହା ସବୁଠି ଏବେ ଆଲୋଚନାର ବିଷୟ ହୋଇଛି । ୪ମିନିଟ ୫୯ ସେକେଣ୍ଡର ଏହି ଭିଡ଼ିଓ ଏବେ ପ୍ରାୟ ସମସ୍ତଙ୍କ ମୋବାଇଲରେ ଘୁରି ବୁଲୁଛି । କୁହାଯାଉଛି ଭିଡ଼ିଓଟିରେ ଥିବା ଯୁବତୀ ଜଣଙ୍କ କଟକର ଏକ ପ୍ରମୁଖ କଲେଜର ଛାତ୍ରୀ ।
ତେବେ କେମିତି ଏହି ଭିଡ଼ିଓ ଭାଇରାଲ ହେଲା ଓ କିଏ କରିଛି ତାହା ଏଯାବତ ଜଣାପଡିନାହିଁ । ସେପଟେ ପ୍ରେମରେ ଫାଟ ଯୋଗୁ ପ୍ରେମିକ ହିଁ ନିଜେ ଏହି କାଣ୍ଡ ଭିଆଇଥିବା ଶୁଣିବାକୁ ମିଳୁଛି । ଭିଡ଼ିଓଟି ଏକ ଘରେ ସୁଟିଂ କରାଯାଇଛି । ଭିଡ଼ିଓଟିକୁ ଦେଖିଲେ ଏହା ଉଭୟଙ୍କ ଜାଣତରେ ହିଁ ସୁଟିଂ ହୋଇଥିବା ସ୍ପଷ୍ଟ ବାରି ହୋଇପଡୁଛି । ତେବେ ଏନେଇ ଥାନାରେ କୌଣସି ମାମଲା ରୁଜୁ ହୋଇଛି କି’ ନାହିଁ ତାହା ଏଯାବତ ଜଣାପଡିନାହିଁ ।
ବିଗତ କିଛିବର୍ଷ ହେବ ଏଭଳି ଭିଡ଼ିଓ ଗୋଟିଏ ପରେ ଗୋଟିଏ ସାମ୍ନାକୁ ଆସୁଛି । ଯାହା ଚିନ୍ତାର ବିଷୟ ହୋଇଥିବା ବେଳେ ଏହାକୁ ରୋକ ଲଗାଇବା ପାଇଁ ପୁଲିସ ମଧ୍ୟ ଅନେକ ଚେଷ୍ଟା କରିଛି । କିନ୍ତୁ ଦୁଃଖର ବିଷୟ ଏହା ଉପରେ ସେମିତି କିଛି ପ୍ରଭାବ ପଡୁନଥିବା ମନେ ହେଉଛି । କାରଣ ପୁଲିସ ଯେତେ ଚେଷ୍ଟା କଲେ ବି ଭାଇରାଲ ଭିଡ଼ିଓ କମିବା ବଦଳରେ ବଢ଼ିବାରେ ଲାଗିଛି ।
ଯୁବପିଢ଼ୀଙ୍କ ଉଦ୍ଧତପଣ ଓ ଖାମଖିଆଲି ମନୋଭାବ ଯୋଗୁ ଏଭଳି ସମସ୍ୟା ଉପୁଜୁଥିବା ବୁଦ୍ଧିଜୀବୀମାନେ ମତ ପ୍ରକାଶ କରିଛନ୍ତି । ଅଭିଭାବକମାନେ ଏଥିପ୍ରତି ସଜାଗ ହେବା ସହ ଖୋଦ ଯୁବପିଢ଼ୀ ସର୍ତକ ରହିବାକୁ ପୁଲିସ ପରାମର୍ଶ ଦେଇଛି ।