ଭୁବନେଶ୍ୱର (ଏଟିଆର ବ୍ୟୁରୋ); ହାଡ ଭଙ୍ଗା ଶୀତରେ ଥରୁଛି ଓଡିଶା । ଜାଡରେ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି ଜନ ସାଧାରଣ । ଅଥୟ ଥଣ୍ଡାରେ କମ୍ପୁଛି ସାରା ରାଜ୍ୟ । ତେବେ ଏହି ଥଣ୍ଡାର ପ୍ରଭାବ ଆହୁରି ୩ ଦିନ ଲାଗି ରହିବ ବୋଲି ସୁଚନା ଦେଇଛି ପାଣିପାଗ ବିଭାଗ । ଏବେ ବି ରାଜ୍ୟର ୧୦ ଟି ସହରରେ ରାତିରେ ତାପମାତ୍ରା ୧୦ ଡିଗ୍ରୀ ତଳେ ରହୁୁଛି । ଉତ୍ତର ଏବଂ ଉପକୂଳ ଓଡିଶାରେ ସ୍ଥିତି ସ୍ୱାଭାବିକ ଥିବା ବେଳେ ପଶ୍ଚିମ ଏବଂ ଆଭ୍ୟନ୍ତରିଣ ଓଡିଶାରେ ଥଣ୍ଡାର ପ୍ରଭାବ ବଢ଼ିବାରେ ଲାଗିଛି ।
ରାତିରେ ପାରଦ ଖସୁଥିବାରୁ ଥଣ୍ଡାର ପ୍ରଭାବ ବଢ଼ିବାରେ ଲାଗିଛି । ଫଳରେ ଜନସାଧାରଣ ଅସ୍ତବ୍ୟସ୍ତ ହୋଇ ପଡିଛନ୍ତି । ରାତି ହୋଇଗଲେ ରାସ୍ତା ଜନଶୂନ୍ୟ ହୋଇ ପଡୁଥିବା ବେଳେ ସକାଳ ୧୦ ବାଜିଗଲେ ମଧ୍ୟ ଶୀତ ଲାଗି ରହୁଥିବା ଦେଖିବାକୁ ମିଳୁଛି । ସେପଟେ ପଶ୍ଚିମ ଓଡିଶାରେ ନିଆଁ ପୁଆଁଉଥିବାର ଦୃଶ୍ୟ ନଜରକୁ ଆସୁଛି । ତେବେ ପୁଣି ତିନିଦିନ ବଢ଼ିବା ଖବର ଶୁଣିବା ପରେ ଜନସାଧାରଣ ଚିନ୍ତାରେ ପଡିଯାଇଛନ୍ତି ।