ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ମିସ୍ ଇଣ୍ଡିଆ-ୟୁଏସଏ ୨୦୧୯ ର ଟାଇଟଲ ହାତେଇଛନ୍ତି ନ୍ୟୁଜର୍ସିର କିମ କୁମାରୀ । ଏତି ପ୍ରତିଯୋଗୀତାରେ ବିଧି ଦବେ ଙ୍କୁ ଶ୍ରୀମତି ଇଣ୍ଡିଆ-ୟୁଏସଏ ଏବଂ ଇଶା ଚନ୍ଦ୍ର କୋଡେଙ୍କୁ ମିସ୍ ଟିନ୍ ଇଣ୍ଡିଆ ୟୁଏସଏର ତାଜ ମିଳିଛି । ନ୍ୟୁଜର୍ସିର ଫୋଡର୍ସ ସିଟିରେ ଆୟୋଜିତ ହୋଇଥିବା ଏହି ପ୍ରତିଯୋଗିତା ମିସ୍ ଇଣ୍ଡିଆ ୟୁଏସଏ ର ଦ୍ୱିତୀୟ ସ୍ଥାନ ଅଧିକାର କରିଛନ୍ତି ନ୍ୟୁୟର୍କର ରେଣୁକା ଜୋସେଫ ଏବଂ ତୃତୀୟ ବିଜୟୀ ହୋଇଛନ୍ତିି ଫ୍ଲୋରିଡାର ଆଞ୍ଚଲ ଶାହା । ଇଣ୍ଡିଆ ଫେଷ୍ଟିବାଲ କମେଟି ଦ୍ୱାରା ଆୟୋଜିତ ତଥା ଜଣା ଶୁଣା ଭାରତୀୟ ଅମୋରିକି ନୀଲମ ଏବଂ ଧର୍ମାାତ୍ମା ସରନଙ୍କ ଅଧକ୍ଷତାରେ ପ୍ରତ୍ୟେକ ବର୍ଷ ମିସ୍ ଇଣ୍ଡିଆ ୟୁଏସଏ ଭାରତ ବାହାରେ ଆୟୋଜିତ ହେଉଥିବା ଏକ ବିୟୁଟି କଣ୍ଟେଷ୍ଟ ।
ଦୀର୍ଘ ଦିନ ହେବ ଏହି ପ୍ରତିଯୋଗୀତାର ଆୟୋଜନ ହୋଇ ଆସୁଛି । ଚଳିତ ବର୍ଷ ୨୬ଟି ରାଜ୍ୟରୁ ୭୫ ପ୍ରତିଯୋଗୀ ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ । ଏହି ପ୍ରତିଯୋଗୀତାର ମୁଖ୍ୟ ଅତିଥି ଭାବେ ଅଭିନେତ୍ରା ମିନାକ୍ଷୀ ଶେଷାନ୍ଦ୍ରୀ ସାମିଲ ଥିଲେ । ତାଙ୍କୁ ମଧ୍ୟ ଲାଇଫଟାଇମ ଆଚିଭମେଣ୍ଟ ପୁରସ୍କାରରେ ପୁରସ୍କୃତ କରାଗଲା । ଏହି ପ୍ରତିଯୋଗୀତାରେ ଶ୍ରମତୀ ଇଣ୍ଡିଆ ୟୁଏସଏ ସୌନ୍ଦର୍ଯ୍ୟର ଦ୍ୱିତୀୟ ସ୍ଥାନ ଅମୃତା ଚେହିଲ ଏବଂ ସୌମ୍ୟା ସକ୍ସେନା ତୃତୀୟ ସ୍ଥାନ ଅଧିକାର କରିଛନ୍ତି ।
ନ୍ୟୁଜର୍ସିର କିମ କୁମାରୀ ଜଣେ ଅପ୍ଟୋମେଟ୍ରିଷ୍ଟ ଅଟନ୍ତି ଏବଂ ସେ ଚକ୍ଷୁ ସୁବିଧା କେନ୍ଦ୍ରରେ ଛୋଟ ପିଲାଙ୍କ ପାଇଁ କାମ କରନ୍ତି ।