ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ତାଙ୍କ ଆଗାମୀ ଫିଲ୍ମ ‘କଳଙ୍କ’ କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମର ପ୍ରମୋଶନ ପାଇଁ ନିକଟରେ ସୋନାକ୍ଷୀ ଟେଲିଭିଜନର ଏକ ଚର୍ଚ୍ଚିତ ସୋ’ରେ ଅତିଥି ହୋଇ ଯାଇଥିଲେ । ସୋନାକ୍ଷୀଙ୍କ ସହିତ ବରୁଣ ଧୱନ ଏବଂ ଆଲିଆ ଭଟ୍ଟ ମଧ୍ୟ ସୋ’ରେ ଉପସ୍ଥିତ ଥିଲେ ।
ରିପୋର୍ଟ ମୁତାବକ, ଏହି ତିନି ଜଣ କଳାକାର ସେମାନଙ୍କ ଫିଲ୍ମ ବ୍ୟତିତ ବାହାଘର ପାଇଁ ମଧ୍ୟ ଚର୍ଚ୍ଚାରେ ଅଛନ୍ତି । ଇତି ମଧ୍ୟରେ ଟେଲିଭିଜନ ସୋ’ର ହୋଷ୍ଟ ସେମାନଙ୍କୁ ପ୍ରଶ୍ନ କରିଥିଲେ କି ସେମାନଙ୍କ ମଧ୍ୟରୁ ସବୁଠାରୁ ପ୍ରଥମେ କିଏ ବାହା ହେବ । ଏହି ପ୍ରଶ୍ନର ଜବାବ ସୋନାକ୍ଷୀ ତୁରନ୍ତ ଦେଇଥିଲେ । ସେ କହିଥିଲେ କି , ଆଲିଆ ଏବଂ ବରୁଣଙ୍କ ପୂର୍ବରୁ ସେ ଆଗ ବିବାହ ବନ୍ଧନରେ ବାନ୍ଧି ହେବାକୁ ଚାହୁଁଛନ୍ତି । ସେଥିପାଇଁ ସେ ଜଣେ ବ୍ୟକ୍ତିଙ୍କୁ ଖୋଜୁଛନ୍ତି ।
ଖବରମୁତାବକ, ଫିଲ୍ମ ‘କଳଙ୍କ’ ରେ ନଜର ଆସିବେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ଏହି ଫିଲ୍ମରେ ସୋନାକ୍ଷୀ ସିହ୍ନା, ଆଲିଆ ଭଟ୍ଟ, ବରୁଣ ଧୱନଙ୍କ ବ୍ୟତିତ ସଞ୍ଜୟ ଦତ୍ତ, ମାଧୁରୀ ଦୀକ୍ଷିତ୍ ଏବଂ ଆଦିତ୍ୟ ରାୟ କପୁର ଭଳି କଳାକାରଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ।