ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଲୋକପ୍ରିୟ ରିଏଲିଟି ସୋ’ ‘କୌନ ବନେଗା କରୋଡପତି’ ର ନୂଆ ସିଜିନ ସହିତ ପୁଣି ଥରେ ବଲିଉଡର ମହାନାୟକ ଅମିତାଭ ବଚ୍ଚନ ଛୋଟ ପରଦାକୁ ଫେରୁଛନ୍ତି । ଏହି ସୋ’ର ୧୧ତମ ସିଜିନ୍ ଚଳିତ ବର୍ଷ ଅଗଷ୍ଟ ମାସରେ ଟିଭିରେ ପ୍ରିମିୟର ହେବାକୁ ଯାଉଛି । ମାତ୍ର ଏଥିପାଇଁ ଆଜିଠାରୁ ଆରମ୍ଭ ହେଉଛି ଏହାର ରେଜିଷ୍ଟେସନ ପ୍ରକ୍ରିୟା ।
ରିପୋର୍ଟ ମୁତାବକ, ଏହି ସୋ’ ନିର୍ଦ୍ଧାରିତ ସମୟ ରାତି ୯ଟାରେ ସୋନି ଟିଭି ପ୍ରସାରିତ ହେବ । ସୋ’ର ପ୍ରୋମୋ ପୂର୍ବରୁ ଜାରି କରାଯାଇଛି ।
Agar koshish rakhoge jaari, toh KBC Hot Seat par baithne ki iss baar aapki hogi baari! 1 May se shuru ho rahe hain #KBC ke registrations. Adhik jaanakaari ke liye bane rahen. @SrBachchan pic.twitter.com/lkV66j0MGD
— Sony TV (@SonyTV) April 15, 2019
ମେ’ ୧ ମାନେ ଆଜିଠାରୁ ଆରମ୍ଭ ହେଉଛି ରେଜିଷ୍ଟ୍ରେସନ ପ୍ରକ୍ରିୟା । ରେଜିଷ୍ଟ୍ରେସନର ନ ପ୍ରଥମ ପାହଚ ହେଉଛି ହଟ୍ ସିଟ୍ ପର୍ଯ୍ୟନ୍ତ ପହଁଚିବା । ସେଥିପାଇଁ ମେ’ ୧ରୁ ପ୍ରତ୍ୟେକ ଦିନ ରାତି ୯ଟାରେ ପ୍ରଶ୍ନ ପଚାରିବେ ଅମିତାଭ ବଚ୍ଚନ ।
ବଚ୍ଚନ ପଚାରୁଥିବା ପ୍ରଶ୍ନର ଉତ୍ତର ଆପଣ ଏସଏମଏସ, କେବିସି ଆପ୍, ଆଇଭିଆରଏସ କିମ୍ବା ସୋନି ଲାଇଭ ଆପ୍ ମାଧ୍ୟମରେ ଦେଇପାରିବେ । ଏହାବ୍ୟତିତ ଆପଣ ଭିଡିଓ ଆପ୍ ହଟଷ୍ଟାର ମାଧ୍ୟମରେ ବି ଏହାର ଉତ୍ତର ଦେଇପାରିବେ ।
ସବୁଠାରୁ ଅଧିକ ପ୍ରଶ୍ନର ଉତ୍ତର ଦେଇଥିବା ପ୍ରତିଯୋଗୀଙ୍କୁ ଅଡିଶନ୍ ପାଇଁ ସଟ୍ ଲିଷ୍ଟ କରାଯିବ । ଏହାପରେ ଯାଇ ପ୍ରତିଯୋଗୀଙ୍କୁ କେବିସି ସିଜିନ୍-୧୧ ରେ ବଛାହେବା ପାଇଁ ଭିଡିଓ ଟେଷ୍ଟ ଦେବାକୁ ପଡିବ ।
ଆପଣ ସୋନି ଲାଇଭ ଆପ୍ ର ୱେବସାଇଟ ମାଧ୍ୟମରେ ନିଜର ରେଜିଷ୍ଟ୍ରେସନ କରାନ୍ତୁ । ସେଥିପାଇଁ ୱେବସାଇଟ୍ କିମ୍ବା ଆପ୍ ରେ ମହଜୁଦ ଥିବା ଫର୍ମରେ ନାମ, ବୟସ, ଲିଙ୍ଗ ଏବଂ ଠିକଣା ଭରନ୍ତୁ । ଏହାପରେ ଆପଣଙ୍କ ରେଜିଷ୍ଟ୍ରେସନ ହୋଇଯିବ । ରେଜିଷ୍ଟ୍ରେସନ ହେବା ପରେ ଆପଣଙ୍କ ଇମେଲ ଆଇଲ ବା ଫୋନ୍ ନମ୍ବରକୁ କନଫରମେସନ ମେସେଜ ଆସିବ ।