ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜିକାଲି ପ୍ରତ୍ୟେକ ବ୍ୟକ୍ତି ଅଫିସରେ ହେଉ କିମ୍ବା ଘରେ କମ୍ପ୍ୟୁଟରରେ କାମ କଲା ବେଳେ ମୁଣ୍ଡ ନୁଆଁଇ କାମ କରିଥାନ୍ତି । ଏହାଦ୍ୱାରା ଅନେକ ରୋଗ ମଧ୍ୟ କିଣିଥାନ୍ତି । ବିଶେଷ କରି ଏଥିପାଇଁ ବେକମୁଣ୍ଡା ଏବଂ ସ୍ପାଇନାଲକଡ ରେ ସମସ୍ୟା ଦେଖାଦେଇଥାଏ । ଏହି ସମସ୍ୟାରୁ ବାହାରିବା ପାଇଁ ଦୀର୍ଘ ସମୟ ଲାଗିବା ସହ ଏହାର ଯନ୍ତ୍ରଣା ସହ୍ୟ କରିବା କଷ୍ଟକର ହୋଇପଡିଥାଏ । ଏହି ସମସ୍ୟା ଉପଶମ ପାଇବା ଲାଗି ଆଜି ଆମେ ଆପଣଙ୍କୁ କିଛି ଉପାୟ ବିଷୟରେ କହିବାକୁ ଯାଉଛୁ । ଏହି ଉପାୟ ଜାଣିବା ପରେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ କି କିଭଳି କିଭଳି ଏତେ ସହଜରେ ଏହି ସମସ୍ୟା ଭଲ ହୋଇ ପାରିବ । ତେବେ ଆସନ୍ତୁ ଜାଣିବା କଣ ରହିଛି ଉପାୟ..
ସର୍ବ ପ୍ରଥମେ ଚଟାଣରେ ପାଦ ଲମ୍ବାଇ ସିଧା ଶୋଇ ପଡନ୍ତୁ । ଏବେ ହାତକୁ ଅଣ୍ଟା ପାଖରେ ରଖନ୍ତୁ ଏବଂ ଗୋଡ ବଙ୍ଗା କରି ଦିଅନ୍ତୁ ଏଭଳି କଲା ବେଳେ ଶରୀର ସିଧା ରହିବା ଉଚିତ୍ । ମୁଣ୍ଡ ସିଧା ରଖନ୍ତୁ । ହାତ ସାହାଯ୍ୟରେ ଅଣ୍ଟାକୁ ଉଠାନ୍ତୁ । ଧ୍ୟାନ ରଖିଥିବେ କି ଯେପରି ଚଟାଣକୁ କାନ୍ଧ ଏବଂ କହୁଣୀ ଛୁଁଥିବ ।
ଏହାପରେ ଅଣ୍ଟା ତଳେ ଛୋଟ ଷ୍ଟୁଲ ରଖିବା ସହ କାନ୍ଧ ତଳେ ଏକ ତକିଆ ରଖି ନିଅନ୍ତୁ ଏବଂ ଗୋଡକୁ ମେଲାଇ ଶୁଅନ୍ତୁ । ଯେଉଁ ବ୍ୟକ୍ତିଙ୍କ ପୀଠରେ ସମସ୍ୟା ଥିବ ସେମାନେ ଏହାକୁ ଆପଣାଇ ପାରିବେ । ସେମାନଙ୍କୁ ଏହି ଆସନ ଦ୍ୱାରା କୌଣସି ପ୍ରକାର ଅସୁବିଧା ହେବ ନାହିଁ । ଏହିଭଳି ଭାବେ ଏହି ଆସନ କରିବା ଦ୍ୱାରା ଆପଣଙ୍କୁ ବେକମୁଣ୍ଡା ଏବଂ ସ୍ପାଇନ୍ ସମସ୍ୟାରୁ ଉପଶମ ମିଳିବ ।