ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଚନ୍ଦ୍ରଭାଗା କୂଳରେ ଅନୁଷ୍ଠିତ କୋଣାର୍କ ଉତ୍ସବର ଆଜି ସରିବାକୁ ଯାଉଛି । ଆଜି ଶେଷ ଦିନରେ କୋଣାର୍କ ଉତ୍ସବରେ ବିଦେଶରୁ ଆସିଥିବା ବାଲୁକାଶୀଳ୍ପୀ ମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମ୍ବର୍ଦ୍ଧିତ କରିଛନ୍ତି । ଆଜି ଲୋକସେବା ସଦନରେ ମୁଖ୍ୟମନ୍ତ୍ରୀ ଆମେରିକା, ରୁଷିଆ, ଆୟାର୍ଲାଣ୍ଡ, କାନାଡା, ଟୋଗୋର ଓ ଆୟାର୍ଲଣ୍ଡ ୬ଜଣ ଶିଳ୍ପୀଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି । ଚଳିତ ବର୍ଷ କୋଣାର୍କ ଉତ୍ସବରେ ୧୨୧ ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ । ଡିସେମ୍ବର ୧ରୁ ଏହି ଉତ୍ସବ ଆରମ୍ଭ ହୋଇଥିଲା ।
ଏହି ମହୋତ୍ସବରେ ଓଡିଶୀ, କଥକଲୀ, ଭାରତନାଟ୍ୟମ, କୁଚିପୁଡି, ମୋହିନିଅଟ୍ଟମ, କଥକ ଆଦି ଶାସ୍ତ୍ରୀୟ ନୃତ୍ୟ ପରିବେଷଣ କରାଯାଇଛି।ଚନ୍ଦ୍ରଭାଗାଠାରେ ଆୟୋଜିନ କରାଯାଇଥିବା ଅର୍ନ୍ତଜାତିକ ବାଲୁକା କଳା ଉତ୍ସବରେ ୪୧ଟି ଷ୍ଟଲ ପଡିଥିବା ଦେଖିବାକୁ ମିଳୁଛି । ଏହି ମହୋତ୍ସବକୁ ଉପଭୋଗ କରିବା ପାଇଁ ଦେଶ ତଥା ବିଦେଶରୁ ବହୁ ସଂଖ୍ୟାକ ପର୍ୟ୍ୟଟକ ଆସିଥିବାର ଦେଖିବାକୁ ମିଳିଛି ।