ମୁମ୍ବାଇ (ଏଟିଆର ବ୍ୟୁରୋ): ସାରା ବିଶ୍ୱକୁ କରୋନାର ଚିନ୍ତା ଘାରିବାରେ ଲାଗିଛି । କରୋନାର କବଳରେ ଧୀରେ ଧୀରେ କରି ସମସ୍ତେ ଆସିବାରେ ଲାଗିଲେଣି । ଏହାକୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ ମହାମାରୀ ଘୋଷଣା କରିବା ଦିନ ଠାରୁ ସଭିଙ୍କ ମନରେ ଡର ସୃଷ୍ଟି ହୋଇଛି । ଭାରତରେ ମଧ୍ୟ କରୋନାର ପ୍ରଭାବ ଦେଖିବାକୁ ମିଳିଲାଣି । ବର୍ତ୍ତମାନ ସୁଦ୍ଧା ଭାରତରେ ୧୪୫ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ଜଣଙ୍କର ମୃତ୍ୟୁ ଘଟିଛି । ତେବେ ଏହି ମହାମାରୀରୁ ଲୋକଙ୍କୁ ସଚେତନ କରାଇବା ପାଇଁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଡାଇରେକ୍ଟର ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ପ୍ରଦାନ କରିଥିଲେ ।
I now nominate:@deepikapadukone@priyankachopra@Schwarzenegger@CTurlington
to take the #SafeHands challenge by sharing their video & calling on at least another 3 people to join us! Together, we can beat #COVID19!— Tedros Adhanom Ghebreyesus (@DrTedros) March 13, 2020
ଏହି ଚ୍ୟାଲେଞ୍ଜ ପାଇଁ ଦୀପିକାଙ୍କ ସମେତ ପ୍ରିୟଙ୍କା ଚୋପ୍ରା, ହଲିଊଡ ଷ୍ଟାର ଆରନୋଲ୍ଡ ସ୍ବାରଜେନେଗାର ଏବଂ ଆମେରିକାନ ମଡେଲ କ୍ରିଷ୍ଟି ଟଲିର୍ଗଟନଙ୍କୁ ଏହି ଚ୍ୟାଲେଞ୍ଜ ପାଇଁ ସିଲେକ୍ଟ କରାଯାଇଥିଲା। ତେବେ ଏହି ଚ୍ୟାଲେଞ୍ଜକୁ ସ୍ୱୀକାର କରି ଦୀପିକା ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ ସେ ନିଜର ହାତକୁ ସଫାର କରୁଥିବାର ଦେଖିବାକୁ ମିଳିଛି । ଦୀପିକା ସେୟାର କରିଥିବା ଭିଡିଓରେ ସେ ଲେଖିଛନ୍ତି , ତାଙ୍କୁ ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନର ଡାଇରେକ୍ଟର ସେଫ ହ୍ୟାଣ୍ଡ ଚ୍ୟାଲେଞ୍ଜ ନିମନ୍ତେ ଲୋକଙ୍କୁ ସଚେତନ କରାଇବା ପାଇଁ ଚୟନ କରିଥିବାରୁ ଧନ୍ୟବାଦ ।
Thank You @DrTedros, for nominating me for the #SafeHands Challenge!#COVID19 surely is an uphill health and public safety task, but all of us are in this fight together!I further nominate @rogerfederer,@Cristiano and @imVkohli to take up this challenge! #coronavirus #StaySafe https://t.co/45glSxXkqP pic.twitter.com/7s7R4pIrrL
— Deepika Padukone (@deepikapadukone) March 17, 2020
ଏହା ସହ ସେ ଭିଡିଓଟିକୁ ସେୟାର କରିବା ସମୟରେ କ୍ରିଷ୍ଟିଆନୋ ରୋନାଲ୍ଡୋ, ବିରାଟ କୋହଲି ଏବଂ ରୋଜର ଫେଡରରଙ୍କୁ ମଧ୍ୟ ଏହି ଚ୍ୟାଲେଞ୍ଜରେ ଭାଗ ନେବାକୁ ଟ୍ୟାଗ କରିଛନ୍ତି। ଖାଲି ସେତି କି ନୁହେଁ ଲୋକମାନଙ୍କୁ ସଚେତନ କରାଇବା ପାଇଁ ବିଭିନ୍ନ କଳାକାର ମାନେ ନିଜ ନିଜ ସ୍ତରରେ ପ୍ରୟାସ ଆରମ୍ଭ କରିସାରିଛନ୍ତି ।
हम सब की एक समान जिम्मेदारी हैं।#UNICEF India के गुडविल एम्बेसडर अमिताभ बच्चन ने #COVID19 से बचने और सुरक्षित रहने के लिए हम सबके लिए ये महत्वपूर्ण संदेश दिया है।
#CoronaVirus #CoronavirusOutbreak #AmitabhBachchan @SrBachchan @MoHFW_INDIA @UNinIndia @WHOSEARO pic.twitter.com/S5g9iAeh1w— UNICEF India (@UNICEFIndia) March 18, 2020
ବଲିଉଡ ଅଭିନେତା ଅମିତା ବଚ୍ଚନ , ଅନୁଷ୍କା ଶର୍ମା ମଧ୍ୟ ଲୋକମାନଙ୍କୁ କରୋନାଠାରୁ ରକ୍ଷା ପାଇବା ପାଇଁ ସଚେତନ କରୁଥିବାର ଦେଖିବାକୁ ମିଳୁଛି । ତେବେ ସୋନମ କରୁପ କିନ୍ତୁ ନିଜକୁ ଆଇସୋଲେସନରେ ରଖିଛନ୍ତି ।
ସୋନ ଲଣ୍ଡନ ଫେରିବା ପରେ ଏୟାରପୋର୍ଟରେ ତାଙ୍କୁ ବହୁଥର ଚେକିଙ୍ଗ କରାଯାଇଥିଲା । ଏହାପରେ ସେ ସିଧା ଘରକୁ ଯାଇଥିଲେ ଏବଂ ସୋନମ ପରିବାର ସହ କିଛି ସମୟ ରହିବା ପରେ ନିଜକୁ ଆଇସୋଲେସନରେ ରଖିବାକୁ ନିଷ୍ପତ୍ତି ନେଇଥିଲେ । ସୋନମଙ୍କ କହିବାନୁଯାୟୀ ମୋର ଏହି ନିଷ୍ପତ୍ତିରେ ଅନ୍ୟ ଲୋକମାନଙ୍କୁ ଆଶ୍ୱସ୍ତ ମିଳିଛି ।
ସେପଟେ ୯୭ବର୍ଷୀୟ ଦିଲୀପ କୁମାରଙ୍କୁ ମଧ୍ୟ ଆଇସୋଲେସନରେ ରଖାଯାଇଛି । ଅଭିନେତା ନିଜେ ଟୁଇଟ୍ କରି ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି କରୋନା ଭାଇରସ କାରଣରୁ ତାଙ୍କୁ ଆଇସୋଲେଶନ ଓ କ୍ୱାରାଣ୍ଟାଇନରେ ରଖାଯାଇଛି। ପତ୍ନୀ ସାଇରା ବାନୁ ତାଙ୍କର ସମସ୍ତ ଯତ୍ନ ନେଉଥିବା ବେଳେ ଯେମିତି ତାଙ୍କୁ କୌଣସି ସଂକ୍ରମଣ ନ ହେବ ସେଥିପ୍ରତି ସାଇରା ବିଶେଷ ଧ୍ୟାନ ଦେଇଛନ୍ତି ବୋଲି ଟ୍ରାଜେଡି କିଙ୍ଗ ଉଲ୍ଲେଖ କରିଛନ୍ତି ।
I am under complete isolation and quarantine due to the #CoronavirusOutbreak. Saira has left nothing to chance, ensuring I do not catch any infection.
— Dilip Kumar (@TheDilipKumar) March 16, 2020