ଭୁବନେଶ୍ୱର (ଏଟିଆର ବ୍ୟୁରୋ): ମହାମାରୀ କରୋନାର ଆତଙ୍କ କମିବା ବଦଳରେ ଏହା ଧୀରେ ଧୀରେ ବଢିବାରେ ଲାଗିଛି । ଭାରତରେ କରୋନା ସଂକ୍ରମଣଙ୍କ ସଂଖ୍ୟା ବଢିବାରେ ଲାଗିଥିବାରୁ ଲୋକମାନେ ଏହାପ୍ରତି ଅଧିକ ଭୟବିତ ହୋଇପଡିଲେଣି । ଗୋଟିଏ ସ୍ଥାନରୁ ଆଉ ଗୋଟିଏ ସ୍ଥାନକୁ ଯିବା ତ ଦୂରର କଥା ଲୋକେ ଘରୁ ବାହାରିବାକୁ ମଧ୍ୟ ଡରୁଛନ୍ତି । ତେବେ ଲୋକ ମଧ୍ୟରେ ମହାମରୀର ଡର ଫଳରେ ରେଳ ବିଭାଗକୁ ଅଧିକ କ୍ଷତି ସହିବାକୁ ପଡୁଛି । ଲୋକମାନେ ଟ୍ରେନ ଓ ବିମାନରେ ଯାତ୍ରା କରିବା ପାଇଁ ଚାହୁଁନଥିବା ଜଣାପଡିଛି ।
ଖାଲି ସେତି କି ନୁହେଁ ଭାଇରସର ଭୟରେ ରେଳବାଇର ବୁକିଂ ହୋଇଥିବା ୮୦ ପ୍ରତିଶତ ଟିକେଟ ମଧ୍ୟ କ୍ୟାନସେଲ ହୋଇଥିବା ଜଣାପଡିଛି । ଯାହାଫଳରେ ଭାରତୀୟ ରେଳ ବିଭାଗକୁ ସହିବାକୁ ପଡିଛି ଅନେକ କ୍ଷତି । ଟିକେଟ ବାତିଲ ହେବା ଫଳରେ ଯାତ୍ରୀଙ୍କ ସଂଖ୍ୟା କମୁଥିବାରୁ ଆଜି ୮୪ଟି ଟ୍ରେନକୁ ବାତିଲ କରିଛି ଭାରତୀୟ ରେଳବାଇ । ବାତିଲ ହୋଇଥିବା ଟ୍ରେନ ଗୁଡିକ ମାର୍ଚ୍ଚ ୨୦ରୁ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ଚାଲିବାର ଥିଲା । ତେବେ ଯାତ୍ରୀଙ୍କ ସଂଖ୍ୟା କମିବା ସହ ଟିକେଟ ଗୁଡିକର କ୍ୟାନସଲ ହେବା ଫଳରେ ରେଳବାଇକୁ ଏହିଭଳି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବାକୁ ପଡିଛି । ସୂଚନାନୁଯାୟୀ ଆଜି ବାତିଲ ହୋଇଥିବା ୮୪ଟି ଟ୍ରେନକୁ ମିଶାଇ ବର୍ତ୍ତମାନ ସୁଦ୍ଧା ୧୬୮ଟି ଟ୍ରେନ ବାତିଲ ହୋଇସାରିଛି । ଏନେଇ ରେଳବାଇର ବରିଷ୍ଠ ଅଧିକାରୀ ସୂଚନା ପ୍ରଦାନ କରିଛନ୍ତି ।