ବେରୁତ (ଏଟିଆର ବ୍ୟୁରୋ): ଲେବନାନର ରାଜଧାନୀ ବେରୁତରେ ମଙ୍ଗଳବାର ଏକ ବଡ ଧରଣର ବିସ୍ଫୋରଣ ଘଟିଛି । ଏଥିରେ ୭୮ ଜଣଙ୍କର ମୃତ୍ୟୁ ହେବା ସହ ୩୭୦୦ ଜଣ ଆହତ ହୋଇଥିବା ଖବର ରହିଛି । ଏହାସହିତ ଅନେକ କୋଠା ମଧ୍ୟ କ୍ଷତିଗ୍ରସ୍ତ ହୋଇଛି ।
Huge explosion in Lebanon's capital Beirut. More details awaited. https://t.co/JfnWyUhDuN pic.twitter.com/YRnqOibfpY
— ANI (@ANI) August 4, 2020
ବିସ୍ଫୋରଣ ହେବା ପରେ ଆହତଙ୍କୁ ଆମ୍ବୁଲାନ୍ସ ଯୋଗେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ବିରୁତରେ ଦୁଇ ସପ୍ତାହ ପାଇଁ ଏମରଜେନ୍ସି ଲାଗୁ କରିଛନ୍ତି ଲେବନାନ ରାଷ୍ଟ୍ରପତି । ଏହାସହିତ କ୍ୟାବିନେଟର ଏକ ଜରୁରୀକାଳୀନ ବୈଠକ ଡକାଇଛନ୍ତି ରାଷ୍ଟ୍ରପତି ।
ସେହିପରି ବିସ୍ଫୋରଣ ହେବାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ । ଏଥିରେ ଲୋକଙ୍କ ଜୀବନ ଯିବା ସହ ଅନେକ କ୍ଷତିଗ୍ରସ୍ତ ମଧ୍ୟ ହୋଇଛି ।
ଅନ୍ୟପଟେ ଏହି ବିସ୍ଫୋରଣକୁ ନେଇ ଭାରତ ଦୁଃଖ ପ୍ରକାଶ କରିଛି । ଭାରତର ରାଜଦୂତ ସଞ୍ଜିବ ଅରୋଡା କହିଛନ୍ତି କି, ବିରୁତରେ ହୋଇଥିବା ବିସ୍ଫୋରଣ ପାଇଁ ଚିନ୍ତିତ । ଲେବନାନ ଏକ ସୁନ୍ଦର ଏବଂ ମୈତ୍ରୀପୂର୍ଣ୍ଣ ଦେଶ । ପ୍ରର୍ଥନା କରୁଛି କି ଏହି ସଙ୍କଟରୁ ଦେଶ ବହୁତ ଶୀଘ୍ର ବାହାରି ଯାଉ । ପୂର୍ବରୁ ଅନେକ ଚ୍ୟାଲେଞ୍ଜର ସାମ୍ନା କରୁଥିବା ଏହି ଦେଶ ପାଇଁ ଏହା ବହୁତ ଦୁଃଖଦ ଘଟଣା । ସେଥିପାଇଁ ମୁଁ ମର୍ମାହତ । ଲେବନାନ ସୁରକ୍ଷିତ ରହୁ ଏବଂ ପୂର୍ବ ସ୍ଥିତିକୁ ଫେରିଆସୁ ।