ବ୍ରହ୍ମପୁର (ଏଟିଆର ବ୍ୟୁରୋ): ବ୍ରହ୍ମପୁର ଷ୍ଟେସନରେ ପୁରୀ-ଓଖା ଟ୍ରେନରୁ ଜନୈକ ମହିଳାଙ୍କ ମୃତଦେହ ଜବତ । ମହିଳା ଜଣଙ୍କ ଗଞ୍ଜାମ ଜିଲ୍ଲା ଭଙ୍ଗରଡା ଗ୍ରାମର ସୁଜାତା ନାୟକ ବୋଲି ଜଣାପଡିଛି ।
ଖବରମୁତାବକ, ସୁଜାତା ତାଙ୍କ ସ୍ୱାମୀ ଏବଂ ଦୁଇ ପୁଅଙ୍କ ସହିତ ସୁରତରେ ରୁହନ୍ତି । କିନ୍ତୁ କିଛି ଦିନ ହେବ ଲଗାତର ସୁଜାତାଙ୍କ ଦେହ ଅସୁସ୍ଥ ଥିବାରୁ ସେ ଘରୁକୁ ଫେରୁଥିଲେ । ପୁରୀ-ଓଖା ଟ୍ରେନରେ ଯାତ୍ର କରୁଥିବା ସମୟରେ ଗତକାଲି ରାତିରେ ସୁଜାତା ଶୋଇଥିବା ସମୟରେ ତାଙ୍କ ସ୍ୱାମୀ ଉଠାଇବାରୁ ସେ ଆଉ ଉଠି ନଥିଲେବୋଲି ତାଙ୍କ ସ୍ୱାମୀ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି । ମହିଳାଙ୍କ ମୃତ ଦେହକୁ ସନ୍ଦେହ ଜନକ ଭାବେ ତାଙ୍କ ପରିବାର ଲୋକେ ନେଇ ଯାଉଥିବା ସମୟରେ ପୋଲିସ ଏହାକୁ ଜବତ କରିଛି ।
ଏନେଇ ପୋଲିସ ସୁଜାତାଙ୍କ ସ୍ୱାମୀଙ୍କୁ ଅଟକ ରଖି ପଚରା ଉଚରା କରୁଛି ।