ମୁମ୍ବାଇ (ଏଟିଆର ବ୍ୟୁରୋ):ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ଅମିଶା ପଟେଲ ଇଣ୍ଡଷ୍ଟ୍ରିରୁ ଦୂରେଇ ରହିଥିଲେ ମଧ୍ୟ ସେ କିଛି ନା କିଛି କଥା ପାଇଁ ଲାଇମଲାଇଟରେ ରହିଥାନ୍ତି । କିନ୍ତୁ ସେ ନିକଟରେ ଏଭଳି ଏକ କାର୍ଯ୍ୟ କରିଥିଲେ ଯେଉଁଥିପାଇଁ ଚର୍ଚ୍ଚା ଖୁବ୍ ଜୋର ଧରିଥିଲା ।
ସୂଚନା ଅନୁସାରେ, ଅମିଶା ପଟେଲଙ୍କ ଜେଜେମା ୨୦୧୦ରେ ହିଁ ମୃତ୍ୟୁ ବରଣ କରିଥିଲେ । ଏହା ସତ୍ତେ୍ୱ ମଧ୍ୟ ସେ କିଛି ସାଙ୍ଗସାଥିଙ୍କ ସହ ତାଙ୍କ ଜେଜେମାଙ୍କ ଜନ୍ମଦିନରେ କେକ କାଟିଥିଲେ । ହେଲେ ଏହି ଉତ୍ସବରେ ଅମିଷାଙ୍କ ପରିବାରର ଜଣେ ମଧ୍ୟ ସଦସ୍ୟ ନଥିଲେ ।
ଖବରମୁତାବକ, ବର୍ତ୍ତମାନ ଅମିଶାଙ୍କର ତାଙ୍କ ପରିବାର ଲୋକଙ୍କ ସହ କୌଣସି ସଂପର୍କ ନାହିଁ । କାରଣ କିଛି ବର୍ଷ ପୂର୍ବେ ତାଙ୍କ ପରିବାର ଲୋକଙ୍କ ସହିତ ଅମିଶାଙ୍କର ଝଗଡା ହୋଇଥିଲା । ଏହାର କାରଣ ହେଉଛି ଅମିଷାଙ୍କର ଟଙ୍କାକୁ ତାଙ୍କ ପରିବାର ଲୋକେ ଭୁଲ ଜାଗାରେ ବ୍ୟବହାର କରୁଥିଲେ । ଏହି ଝଗଡା ୨୦୦୪ରେ ଆରମ୍ଭ ହୋଇଥିଲା । ପରେ ଏହି ଝଗଡା ତୀବ୍ର ରୂପ ନେଇଥିଲା ।
ଏହା ବ୍ୟତୀତ ଅମିଶା ଓ ବିକ୍ରମ ଭଟ୍ଟଙ୍କ ସଂପର୍କକୁ ତାଙ୍କ ପରିବାର ଲୋକେ ପସନ୍ଦ କରୁନଥିଲେ । ସେ ଏହା ମଧ୍ୟ କହିଥିଲେ ଯେ ତାଙ୍କ ମା’ ବିକ୍ରମଙ୍କ ସହିତ ତାଙ୍କୁ ଥରେ ଦେଖି ଦେଇଥିଲେ । ଯେଉଁଥି ପାଇଁ ତାଙ୍କୁ ଚପଲରେ ମାଡଖାଇବାକୁ ପଡିଥିଲା । ଯାହା ଫଳରେ ସେ ଘର ଛାଡିବା ସହ ବିକ୍ରମ ଭଟ୍ଟଙ୍କ ଠାରୁ ମଧ୍ୟ ଅଲଗା ଯାଇଥିଲେ ।