ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ସାରା ଦୁନିଆରେ ରହିଛନ୍ତି ବଲିଉଡ ବାଦଶାହା ଶାହରୁଖ ଖାଁଙ୍କ ଫ୍ୟାନ ଫଲୋଇଙ୍ଗ । ସେ ଯୁଆଡେ ବି ଯାଆନ୍ତି ତାଙ୍କ ଫ୍ୟାନ୍ସ ତାଙ୍କ ପଛେ ପଛେ ରହିଥାନ୍ତି । ସେଥିପାଇଁ ସର୍ବଦା ଶାହରୁଖଙ୍କ ସାଥୀରେ ତାଙ୍କ ବଡିଗାର୍ଡ ରବି ସିଂହ ଛାଇ ଭଳି ରହିଥାନ୍ତି । ସେ ତାଙ୍କ ଆଲିଶାନ୍ ବଙ୍ଗଳାରୁ ବାହାରିବାଠୁ ନେଇ କୌଣସି ଫିଲ୍ମର ପ୍ରମୋଶାନ ପାଇଁ ଯେଉଁଠିକୁ ବି ଯାଆନ୍ତି ତାଙ୍କୁ ସୁରକ୍ଷା ଦେଇଥାନ୍ତି ତାଙ୍କ ବଡିଗାର୍ଡ ରବି ସିଂହ । କିନ୍ତୁ ଶାହରୁଖଙ୍କୁ ସୁରକ୍ଷା ଦେଉଥିବା ରବି ସିଂହ ବର୍ଷକୁ କେତେ ଟଙ୍କା ଦରମା ପାଆନ୍ତି ସେବିଷୟରେ ହୁଏତ କମ ଲୋକ ଜାଣିଥିବେ ତେବେ ଆସନ୍ତୁ ଜାଣିବା..
ରିପୋର୍ଟ ମୁତାବକ, ଶାହରୁଖଙ୍କ ବଡିଗାର୍ଡଙ୍କ ବାର୍ଷିକ ଆୟ ୨.୭ କୋଟି । ଆଉ ସବୁଠୁ ବଡ କଥା ହେଉଛି ଇଣ୍ଡଷ୍ଟ୍ରୀରେ ସବୁଠାରୁ ଅଧିକ ଦରମା ପାଉଥିବା ବଡିଗାର୍ଡ ହେଉଛନ୍ତି ରବି ସିଂହ ।
ସେହିପରି ବଲିଉଡର ଅନ୍ୟ ବଡ ବଡ କଳାକାର ମାନେ ମଧ୍ୟ ନିଜର ବ୍ୟକ୍ତିଗତ ବଡିଗାର୍ଡଙ୍କୁ ମୋଟା ଅଙ୍କର ଦରମା ଦେଇଥାନ୍ତି ।