ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଏପ୍ରିଲ ମାସ ନହେଉଣୁ ମାର୍ଚ୍ଚ ମାସରୁ ଅସମ୍ଭାଳ ତାତି । ଦିନ ତାପମାତ୍ରା ବଢିବାରେ ଲାଗିଛି । ଚଳିତମାସ ଶେଷ ଆଡକୁ ତାପମାତ୍ରା ଆହୁରି ବଢିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଯଦି ଏଭଳି ହୁଏ ତେବେ ଚଳିତ ବର୍ଷ ରେକର୍ଡ ଅତିକ୍ରମ କରିବ ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ ମାର୍ଚ୍ଚ ୨୭ ତାରିଖ ଯାଏଁ ୩୫ ଡିଗ୍ରୀ ତଳକୁ ଖସିବନି ତାପମାତ୍ରା । ପୂର୍ବବର୍ଷ ତୁଳନାରେ ଚଳିତବର୍ଷ ମାର୍ଚ୍ଚ ମାସରେ ଅଧିକ ତାପମାତ୍ରା ଅର୍ଥାତ ୪୧.୪ ଡିଗ୍ରୀ ରେକର୍ଡ କରାଯାଇଛି । ଓଡିଶାରେ ମଧ୍ୟ କିଛି ସହରରେ ଦିନ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି ।