ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ପାରିବାରିକ କାହାଣୀ ନିର୍ମାଣ କରିବାରେ ମାହିର କରଣ ଜୋହର । ପୁରା ପରିବାର କିଭଳି ଏକାଠି ହୋଇ ଫିଲ୍ମ ହଲରେ ଦେଖି ପାରିବେ ତାହା କରଣଙ୍କ ଫିଲ୍ମ ଜୁଗ୍ ଜୁଗ୍ ଜିଓ’ରୁ ହିଁ ପ୍ରମାଣ ମିଳିଛି ।
ଫିଲ୍ମଟି ଧର୍ମା ପ୍ରଡକ୍ସନ ବ୍ୟାନରରେ ନିର୍ମାଣ ହୋଇଥିବା ବେଳେ ଏହି କାହାଣୀରେ କାନାଡାରେ ରହୁଥିବା ବରୁଣ ଏବଂ କିୟାରା ଯିଏ କି ଦୁହେଁ ଦୁହିଁଙ୍କୁ ଛାଡପତ୍ର ଦେବାକୁ ଚାହାନ୍ତି । କିନ୍ତୁ ବରୁଣଙ୍କ ଭଉଣୀଙ୍କ ବିବାହ ପାଇଁ ଉଭୟଙ୍କୁ ଭାରତ ଆସିବାକୁ ପଡେ ଏବଂ ବିବାହ ପରେ ଦୁହେଁ ଛାଡପତ୍ର ବିଷୟରେ ଆଲୋଚନା କରିବେ ବୋଲି ଠାଣି ନିଅନ୍ତି । ମାତ୍ର ଏଠାରେ ବରୁଣ ଜାଣିବାକୁ ପାଆନ୍ତି କି ତାଙ୍କ ପିତା ଅନୀଲ କପୁର ମଧ୍ୟ ତାଙ୍କ ମାତା ନୀତୁ କପୁରଙ୍କୁ ଛାଡପତ୍ର ଦେବାକୁ ଚାହୁଁଛନ୍ତି । ଏହାପରେ କଣ ହେଉଛି । ସମ୍ପର୍କରେ ସୁଧାର ଆସୁଛି ନା ତିକ୍ତତା ବଢୁଛି । ସବୁ କିଛି ଏହି ଫିଲ୍ମରେ ଦର୍ଶା ଯାଇଛି । ଫିଲ୍ମରେ ଇମୋଶନ, ମସ୍ତି, ମଜାକ ଭରପୁର ହୋଇ ରହିଛି । ଯାହା ଆପଣଙ୍କୁ ଏକ ପ୍ରକାର ମନୋରଞ୍ଜନର ଖୋରାକ ଯୋଗାଇବ । ଫିଲ୍ମରେ ସମସ୍ତ କଳାକାର ଜବରଦସ୍ତ ଅଭିନୟ କରିଛନ୍ତି ।
ଫିଲ୍ମର ମ୍ୟୁଜିକ ଏବଂ ବ୍ୟାକ ଗ୍ରାଉଣ୍ଡ ମ୍ୟୁଜିକ ମସ୍ତ ହୋଇଛି । ଏଥିରେ ପ୍ରତ୍ୟେକ ଗୀତ ଭଲ ହୋଇଛି ।