ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଋତୁ ପରିବର୍ତ୍ତନ ସାଙ୍ଗକୁ କେଶ ଝଡିବା ଏକ ସାଧାରଣ ସମସ୍ୟା । ବର୍ଷାରେ ହ୍ୟୁମିଡିଟି ଏବଂ ଝାଳ ଯୋଗୁଁ ପ୍ରବଳ ମାତ୍ରାରେ କେଶ ଝଡିଥାଏ । କେଶ ଧୋଇବା ସମୟରେ, କୁଣ୍ଡେଇବା ସମୟରେ ଏବଂ ତେଲ ଲଗାଇଲା ବେଳେ ପ୍ରବଳ କେଶ ଝଡିଥାଏ । ଏହାର କାରଣ ହେଉଛି ସଠିକ ଭାବେ କେଶର ଯତ୍ନ ନନେବା । ସେଥିପାଇଁ ଆଜି ଆସନ୍ତୁ ଜାଣିବା କିଛି ଟିପ୍ସ ବିଷୟରେ ଯାହାଦ୍ୱାରା କେଶ ଝଡିବା କମ ହୋଇପାରେ ।
କେଶ ଧୋଇବା ପୂର୍ବରୁ ଭଲ ଭାବେ କେଶରେ ତେଲ ଲଗାନ୍ତୁ । ନଡିଆ ତେଲ ହେଉ ଅବା ବାଦାମ ତେଲ କିମ୍ବା ଅଁଳା ତେଲରେ ଭଲକି କେଶକୁ ମସାଜ କରନ୍ତୁ ।
ଦୀର୍ଘ ଦିନ ଯାଏଁ କେଶ ଅଳିଆ କରି ରଖନି କାରଣ କେଶରେ ଝାଳ ହୋଇଥାଏ । ଏହି କେଶରେ ଅଳିଆ ଜମାଟ ବାନ୍ଧି ଛିଡିବା ଆରମ୍ଭ କରିଥାଏ । ସେଥିପାଇଁ ସପ୍ତାହକୁ ଦୁଇ ରୁ ତିନି ଥର କେଶ ସଫା କରିବା ଉଚିତ୍ ।
ରାତିରେ ଶୋଇବା ସମୟରେ କେଶକୁ ହାଲୁକା ବାନ୍ଧିକି ଶୁଅନ୍ତୁ । ଯଦି କେଶ ଶୁଖିଲା ହେଉଥାଏ ତେବେ ଆପଣ ଏଲୋବେରା ହେୟାର ମାସ୍କ ବ୍ୟବହାର କରିପାରିବେ ।
କେଶକୁ ସୁସ୍ଥ ରଖିବା ପାଇଁ ଭିଟାମିନ୍ ସି, ଭିଟାମିନ୍ ଇ, ଏବଂ ପ୍ରୋଟିନ ଯୁକ୍ତ ଖାଦ୍ୟ ସେବନ କରନ୍ତୁ । ଡାଇଟରେ ଆପଣ ଡ୍ରାଏଫ୍ରୁଟ୍ସ ଏବଂ ମଞ୍ଜି ନିହାତି ଭାବେ ସାମିଲ କରନ୍ତୁ ।