ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଟିଆର ନ୍ୟୁଜ୍ ର ମହାପ୍ରଭାବ । ଆକ୍ସନ ମୁଡ୍ ରେ ଖାରବେଳ ପୋଲିସ । ଏଥର କୌଣସି ବାର୍ ରେ ନୁହେଁ ବରଂ ବାର୍ ଆଳରେ ଚାଲିଥିଲା ପ୍ରାଇଭେଟ୍ ପାର୍ଟି । ନାଲି, ନୀଳ ରଙ୍ଗର ଆଲୁଅ ସହ ମ୍ୟୁଜିକ୍ ର ତାଳରେ ମତୁଆଲା ହୋଇ ଡ୍ୟାନ୍ସ କରୁଥିଲେ ଯୁବକ ଓ ଯୁବତୀ । ଏଭଳି ଏକ ଅଭିଯୋଗ ଆସିବା ପରେ ଖାରବେଳ ନଗର ଥାନା ଅନ୍ତର୍ଗତ ହୋଟେଲ ସୋଲାଲ ଇନ୍ ରେ ଗତକାଲି ରାତିରେ ପୋଲିସ ଚଢାଉ କରି ୧୦ ଜଣ ଯୁବତୀଙ୍କୁ ଉଦ୍ଧାର କରିଛି ।
ଖବରମୁତାବକ, ଅନୁମତି ନଥାଇ ମଧ୍ୟ ହୋଟେଲରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଚାଲିଥିଲା ଡ୍ୟାନ୍ସ । ଏହା ସହିତ ଏଠାରେ ଅଶ୍ଳୀଳ ଡ୍ୟାନ୍ସ ହେଉଥିବାର ଅଭିଯୋଗ ହୋଇଥିଲା ।
ବାରମ୍ବାର ବାର୍ ଗୁଡିକରେ ପୋଲିସ ଚଢାଉ କରିବା ପରେ ମଧ୍ୟ କାହିଁକି ଏଭଳି ଅନୈତିକ କାର୍ଯ୍ୟ କରିବାକୁ ପଛାଉ ନାହାଁନ୍ତି ବାର୍ ମାଲିକ । ଆଇନ୍ କହୁଛି କୌଣସି ବାର୍ ରେ ବିଳମ୍ବିତ ରାତି ପର୍ଯ୍ୟନ୍ତ ଡ୍ୟାନ୍ସ କରିବାର ଅନୁମତି ନାହିଁ । ତା ସତ୍ୱେ ମଧ୍ୟ ବେଧଡକ ନିଜର ମନମାନି ଚଳାଇଛନ୍ତି ବାର୍ ମାଲିକ । ସବୁ ଜାଣି ଶୁଣି ଏଭଳି କରୁ ନାହାନ୍ତି ତ ଆଉ । ହେଲେ କିଏ ଦେଉଛି ସେମାଙ୍କୁ ଅନୁମତି । ଏଭଳି ଅନେକ ପ୍ରଶ୍ନ ଉଠୁଛି ସାଧାରଣରେ ।