ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ପୁଣିଥରେ ରିଲିଜ ହେବାକୁ ଯାଉଛି ୯୦ ଦଶକର ସୁପରହିଟ୍ ଫିଲ୍ମ ଦିଲ୍ୱାଲେ ଦୁଲ୍ହନିୟା ଲେ ଜାଏଁଗେ । ଶାହରୁଖ ଖାନ ଓ କାଜୋଲଙ୍କ ଆଇକନିକ ଫିଲ୍ମ ଦିଲ୍ୱାଲେ ଦୁଲହନିଆ ଲେ ଜାଏଙ୍ଗକୁ ପୂରିଛି ୨୫ ବର୍ଷ। ଆଗରୁ ଜେମିତି ଏହି ଫିଲ୍ମ ସୁପର ହିଟ ଥିଲା ଏବେ ବି ଫିଲ୍ମ ସେମିତି ଲୋକପ୍ରିୟ ଅଛି । ଫିଲ୍ମକୁ ନେଇ କିଛି ଦିନ ହେବ ଏମିତି ଚର୍ଚା ଚାଲିଛି ଯେ ଲାଗୁଛି ଯେମିତି ଏଇ ବର୍ଷ ରିଲିଜ ହୋଇଛି। ଫିଲ୍ମ କ୍ରିଟିକ ତରଣ ଆଦର୍ଶ କହିଛନ୍ତି ଏହି ବ୍ଲକବ୍ଲାଷ୍ଟର ଫିଲ୍ମ ପୁଣି ଥରେ ୧୮ଟି ଦେଶରେ ରିଲିଜ ହେବ। ଏଥିପାଇଁ ତାଲିକା ପ୍ରସ୍ତୁତି ସରିଛି, ଆମେରିକା, ୟୁକେ, ୟୁଏଇ, ସାଉଦି ଆରବ, କତର, ମରିସିୟସ, ସାଉଥ ଆଫ୍ରିକା, ନ୍ୟୁଜିଲାଣ୍ଡ, ଫିଜି, ଜର୍ମାନୀ, ସ୍ୱିଡେନ, ନରୱେ, ସ୍ୱିଜରଲ୍ୟାଣ୍ଡ, ଇଷ୍ଟୋନିଆ ଓ ଫିନଲାଣ୍ଡରେ ରିଲିଜ ହେବ। ଏହି ଫିଲ୍ମର କ୍ରେଜ କେବଳ ଭାରତରେ ନୁହେଁ ବିଦେଶରେ ମଧ୍ୟ ବଢିବାରେ ଲାଗିଛି । ।ଫିଲ୍ମକୁ ୨୫ ବର୍ଷ ପୂରିଥିବାରୁ ଶାହରୁଖ ଓ କାଜୋଲଙ୍କୁ ମଧ୍ୟ ସ୍ୱତନ୍ତ୍ର ସମ୍ମାନ ଦିଆଯିବ। ପ୍ରଥମଥର ପାଇଁ ଏହି ଆଇକନିକ ଫିଲ୍ମକୁ ଲଣ୍ଡନର ଲିଷ୍ଟେର ସ୍ୱାୟରରେ ସମ୍ମାନିତ କରାଯିବ। ଫିଲ୍ମର ଏକ ଦୃଶ୍ୟକୁ ସିନ୍ସ ଇନ ଦ ସ୍କ୍ବାୟରରେ ସାମିଲ କରାଯିବ।ଫିଲ୍ମକୁ ୨୫ ବର୍ଷ ପୂରିଥିବାରୁ ଶାହରୁଖ ଓ କାଜୋଲଙ୍କୁ ମଧ୍ୟ ସମ୍ମାନ ଦିଆଯାଇ ଫିଲ୍ମ ଚରିତ୍ର ରାଜ୍ ଓ ସିମରନରଙ୍କୁ ମୂର୍ତ୍ତୀ ଉନ୍ମୋଦନ ହେବ । ଏହାକୁ ନେଇ କିଙ୍ଗ ଖାନ ଶାହରୁଖ ଓ କାଜୋଲ ଉତ୍ସାହିତ ଅଛନ୍ତି ଓ ସେ ତାଙ୍କ ଟ୍ୱିଟର ଆକଉଣ୍ଟରେ ନିଜ ନାମ ମଧ୍ୟ ବଦଳାଇଛନ୍ତି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024