ମ୍ବାଇ(ଏଟିଆର ବ୍ୟୁରୋ): ଦିନକୁ ଦିନ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ରହସ୍ୟ ଖୋଲିବାକୁ ଲାଗିଛି । ଏହା ସହିତ ଜଣ ଜଣ କରି ସାକ୍ଷୀ ମଧ୍ୟ ଆଗକୁ ଆସୁଛନ୍ତି । ତେଣୁ ସିବିଆଇ ଏହି ମାମଲାର ତଦନ୍ତ ଆରମ୍ଭ କରି ସାରିଛି । ଏହା ଭିତରେ ମୁହଁ ଖୋଲିଛନ୍ତି ଗୌରବ ଆର୍ଯ୍ୟା । ଗୌରବ ଆର୍ୟାଙ୍କ ସହ ରିୟା ଚକ୍ରବର୍ତୀଙ୍କ ହ୍ୱାଟ୍ସଆପ ଚାଟ ସାମ୍ନାକୁ ଆସିଥିଲା । ଏହି ଚାଟରୁ ଡ୍ରଗ୍ସ ଡ଼ିଲିଙ୍ଗ ମାମଲା ସାମ୍ନାକୁ ଆସିଥିଲା । ଶନିବାର ଦିନ ପ୍ରଥମଥର ପାଇଁ ଗୌରବ ଆର୍ୟାକୁ କ୍ୟାମେରା ସାମ୍ନାରେ ଦେଖିବାକୁ ମିଳିଥିଲା । ତେଣୁ ସୋମବାର ଦିନ ଇଡି ଗୌରବକୁ ପଚରାଉଚୁରା କରିବ ।
ଗୋଆ ବିମାନବନ୍ଦରରେ ଗୌରବ ଆର୍ଯ୍ୟା କହିଥିଲେ ଯେ, ସୁଶାନ୍ତଙ୍କ ମାମଲା ସହ ତାଙ୍କର କୌଣସି ସମ୍ବନ୍ଧ ନାହିଁ । ସେ କେବେ ସୁଶାନ୍ତ ସିଂହ ରାଜପୁତଙ୍କୁ ଭେଟି ନଥିଲେ କିନ୍ତୁ ରିୟା ଚକ୍ରବର୍ତୀଙ୍କୁ ୨୦୧୭ ମସିହାରେ ଭେଟିଥିଲେ ବୋଲି କହିଥିଲେ । ଗୌରବ ଆର୍ଯ୍ୟାଙ୍କୁ ସିବିଆଇ ମଧ୍ୟ ଜେରା କରି ପାରନ୍ତି ବୋଲି ଜଣା ପଡିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024