ଭୁବନେଶ୍ୱର (ଏଟିଆର ବ୍ୟୁରୋ): ହାଉସଫୁଲ୍, ହାଉସଫୁଲ, ହାଉସଫୁଲ । ଦେଶର ସବୁ ସିନେମାହଲ ଆଜି ହାଉସଫୁଲ । ଭୁବନେଶ୍ୱରର ସମସ୍ତ ହଲ ମଧ୍ୟ ହାଉସଫୁଲ ରହିଛି । ମାତ୍ର ୭୫ ଟଙ୍କାରେ ସିନେମା ଦେଖିବେ ଦର୍ଶକ । ହଲିଉଡଠୁ ନେଇ ଓଲିଉଡ ପର୍ଯ୍ୟନ୍ତ ସମସ୍ତ ଫିଲ୍ମର ଟିକେଟ କେବଳ ୭୫ ଟଙ୍କା । ଟିକେଟ ଦାମ୍ କମ ରହିଥିବା ଯୋଗୁଁ ପ୍ରଥମ ଥର ପାଇଁ ଆଜି ସମସ୍ତ ସିନେମା ହଲ୍ ର ସ୍ଥିତି ଏପରି ହୋଇଛି ।
ଆଜ୍ଞା ହଁ ଆଜି ସାରା ଦେଶରେ ଜାତୀୟ ସିନେମା ଦିବସ ପାଳିତ ହେଉଛି । ଏହି ଅବସରରେ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଅଫ୍ ଇଣ୍ଡିଆ ପକ୍ଷରୁ ଫେଡେରେସନ୍ ଅଫ୍ ଇଣ୍ଡିଆନ୍ ଚାମ୍ବର୍ସ ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରୀ ସହାୟତାରେ ଏହି ଦିବସ ଆୟୋଜିତ ହୋଇଛି । ଦର୍ଶକଙ୍କର ସିନେମା ହଲ ପ୍ରତି ଦୂରତା କମ କରିବା ପାଇଁ ପ୍ରଥମ ଥର ଏଭଳି ଆୟୋଜନ କରାଯାଇଛି । ବହୁଳ ମାତ୍ରାରେ ଦର୍ଶକଙ୍କୁ ସିନେମା ହଲ୍ ମୁହାଁ କରାଇବା ପାଇଁ ମଲ୍ଟିପ୍ଲେକ୍ସ ଆସୋସିଏସନ୍ ଏକ ନିଆରା ପ୍ରୟାସ କରିଛି ।