ମୁମ୍ବାଇ (ଏଟିଆର ବ୍ୟୁରୋ): ବଲିଉଡ ଅଭିନେତ୍ରୀ ସୋନମ କପୁର ଏବେ ତାଙ୍କ ଫିଲ୍ମ ଜୋୟା ଫ୍ୟାକ୍ଟରରେ ଖୁବ୍ ବ୍ୟସ୍ତ ଅଛନ୍ତି । ଏହାବ୍ୟତିତ ସୋନମଙ୍କୁ ନେଇ ଯଦି ଆମେ ରାଜନୀତି ଆଡକୁ ଯିବା ତେବେ ସୋନମ ମୋଦି ସରକାରଙ୍କର ଖୁବ୍ ବିରୋଧୀ । ମାତ୍ର ନିକଟରେ ସୋନମଙ୍କ ପିତା ଅନୀଲ କପୁର ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ସାମିଲ ହେବା ପାଇଁ ଦିଲ୍ଲୀ ଆସିଥିଲେ । ଏହାକୁ ନେଇ ସୋନମଙ୍କ ଉପରେ ହମଲା କରିଛନ୍ତି ବଲିଉଡ ଅଭିନେତ୍ରୀ ପାୟଲ ରୋହତଗି ।
ଖବରମୁତାବକ, ପାୟଲଙ୍କ ଦ୍ୱାରା ଅନୀଲ କପୁରଙ୍କ ଏକ ଫଟୋ ସେୟାର କରାଯାଇଛି, ଯେଉଁଥିରେ ଶପଥ ଗ୍ରହଣ ଉତ୍ସବ ପରେ ଅନୁପମ ଖେର ଏବଂ ଆର୍ମି ଅଫିସରଙ୍କ ସହ ଅନୀଲ ନଜର ଆସୁଛନ୍ତି । ଏହି ଫଟୋ ସେୟାର କରି ପାୟଲ ଲେଖିଛନ୍ତି କି, ‘ସୋନମ କପୁର ହୁଏତ ବହୁତ ଖୁସୀ ଥିବେ ନଚେତ୍ ବହଚତ ଦୁଃଖୀ,ସେ ତାଙ୍କ ପିତାଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଦେଖିଛନ୍ତି । ଯାହାଙ୍କୁ ସୋନମ କଟ୍ଟରପନ୍ଥି ବୋଲି ମନେ କରନ୍ତି ଏବଂ ତାଙ୍କ ପରିବାରର ବିଚାରରେ କେତେ ଅନ୍ତର ରହିଛି । ସୋନମଙ୍କ ଭିତରେ କେତେ କପଟ ଏବଂ ଭ୍ରମ ରହିଛି ।’
ଖବରମୁତାବକ, ନିକଟରେ ସୋନମ କପୁର ସୋସିଆଲ ମିଡିଆରେ ଅଭିନେତା ବିବେକ ଓବରାୟଙ୍କ କ୍ଲାସ ନେଇଥିଲେ । କାରଣ ବିବେକ ତାଙ୍କ ଆକାଉଣ୍ଟରେ ଅଶ୍ଚର୍ଯ୍ୟା ରାୟଙ୍କୁ ନେଇ ଏକ ପୋଷ୍ଟ ସେୟାର କରିଥିଲେ । ଯାହା ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବା ସହ ଏହାକୁ ନେଇ ବିବାଦ ମଧ୍ୟ ଉପୁଜି ଥିଲା ।