ମୁମ୍ବାଇ(ଏଟିଆର): ସୁଶାନ୍ତ ସିଂ ରାଜପୁତଙ୍କ ବିୟୋଗରେ କେବଳ ବଲିଉଡ ନୁହେଁ ସାରା ଦେଶ ଓ ବିଦେଶରେ ମଧ୍ୟ ସମସ୍ତେ ସ୍ତବ୍ଧ ହୋଇଯାଇଥିଲେ । ଏବେ ବି ତାଙ୍କ ମୃତ୍ୟୁକୁ ଗ୍ରହଣ କରିପାରି ନାହାନ୍ତି ତାଙ୍କ ପ୍ରଶଂସକ। ଏହାରି ଭିତରେ ସୁଶାନ୍ତଙ୍କ ଜୀବନକୁ ନେଇ ବାୟୋପିକ ନିର୍ମାଣ ହେବ କୁହାଯାଉଥିଲା। ଏପରିକି ଦୁଇଟି ବାୟୋପିକ ଘୋଷଣା ମଧ୍ୟ କରାଯାଇ ଥିଲା। ସୁଶାନ୍ତଙ୍କ ବାୟୋପିକ ଉପରେ ଆପତ୍ତି ଆଣିଛନ୍ତି ତାଙ୍କ ପରିବାର ଲୋକ। ସେମାନେ ଏସବୁକୁ ବିରୋଧ କରୁଛନ୍ତି। ଏବେ କୁହାଯାଉଛି ଏ ଦୁଇଟିରୁ ଗୋଟିଏ ବି ଫିଲ୍ମ ନିର୍ମାଣ ହୋଇପାରିବ ନାହିଁ।
ସୁଶାନ୍ତଙ୍କ ବାପା କେକେ ସିଂହଙ୍କ ଓକିଲ କହିଛନ୍ତି ପରିବାର ବିନା ଅନୁମତିରେ କୌଣସି ବି ଫିଲ୍ମ ସୁଶାନ୍ତଙ୍କ ଉପରେ ନିର୍ମାଣ ହେବ ନାହିଁ। କେବଳ ଏତିକି ନୁହେଁ କୌଣସି ଓ୍ବେବ ସିରିଜ କି ବହି ମଧ୍ୟ ଲେଖା ଯାଇପାରିବ ନାହିଁ। ଏଥି ପାଇଁ ସୁଶାନ୍ତଙ୍କ ବାପା ଓ ଭଉଣୀଙ୍କ ଅନୁମତି ଦରକାର।
ସୁଶାନ୍ତଙ୍କ ମୃତ୍ୟୁ ପରେ ଫିଲ୍ମର ଫାଷ୍ଟ ଲୁକ୍ ଜାରି କରାଯାଇ ଥିଲା। ଯାହାର ନାଁ ଥିଲା ‘ଶଶାଙ୍କ’। ଏଥିରେ ସୁଶାନ୍ତଙ୍କ ଭଳି ଦେଖାଯାଉ ଥିବା ଅଭିନେତା ସଚିନ ତିଓ୍ବାରି ନଜର ଆସିଥାନ୍ତେ। ଫିଲ୍ମର ଫାଷ୍ଟ ଲୁକ୍ ଜାରି ହେବା ପରେ ସୁଶାନ୍ତଙ୍କ ଭଉଣୀ ସୋସିଆଲ ମିଡ଼ିଆରେ କ୍ରୋଧ ବ୍ୟକ୍ତ କରିଥିଲେ। ଏହା ବାଦ୍ ‘ସୁଇସାଇଡ ମର୍ଡର’ ନାଁରେ ଅନ୍ୟ ଏକ ଫିଲ୍ମର ଘୋଷଣା କରାଯାଇଥିଲା। ଏହାର ପୋଷ୍ଟର ମଧ୍ୟ ରିଲିଜ ହୋଇଥିଲା। ଏବେ କିନ୍ତୁ କୁହାଯାଉଛି ସୁଶାନ୍ତଙ୍କ ବାୟୋପିକ ପାଇଁ ପ୍ରଶଂସକଙ୍କୁ ଦୀର୍ଘ ସମୟ ଅପେକ୍ଷା କରିବାକୁ ହେବ। ଯେପର୍ଯ୍ୟନ୍ତ ସୁଶାନ୍ତଙ୍କ ପରିବାରରୁ ଅନୁମତି ମିଳିନାହିଁ , ସେପର୍ଯ୍ୟନ୍ତ ତାଙ୍କ ଉପରେ କୌଣସି ଫିଲ୍ମ ହୋଇ ପାରିବ ନାନିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024