ଭୁବନେଶ୍ୱର (ଏଟିଆର ବ୍ୟୁରୋ): ନିଜକୁ ଫିଟ୍ ଦେଖା ଯିବା ପାଇଁ ସମସ୍ତେ ଚାହାନ୍ତି । ସେଥିପାଇଁ ବିଭିନ୍ନ ଲୋକ ଭିନ୍ନ ଭିନ୍ନ ଉପାୟ ଅବଲମ୍ବନ କରିଥାନ୍ତି । କିଛି ଲୋକ ଡାଏଟ୍ କରିଥାନ୍ତି ତ ଆଉ କିଛି ଲୋକ ଜିମ୍ ଯାଇ ଖୁବ୍ ବ୍ୟାୟାମ କରିଥାନ୍ତି । କିନ୍ତୁ ଯେତେ ଯାହା କଲେ ମଧ୍ୟ ପେଟ ଚର୍ବି କମ ହୋଇନଥାଏ । ଯଦି ଆପଣ ବି ଏହି ସମସ୍ୟାର ସମୁଖୀନ ହେଉଛନ୍ତି ତେବେ ଅଜି ଆମେ ଆପଣଙ୍କୁ କିଛି ଉପାୟ କହି ରଖୁଛୁ । ଯାହାକୁ ଆପଣାଇଲା ପରେ ଆପଣଙ୍କର ଏହି ସମସ୍ୟା ଦୂର ହୋଇ ଯିବ ।
ଆପଣମାନେ ସମସ୍ତେ ଭିକ୍ସ ଭାପୋରାବ ବିଷୟରେ ଜାଣିଥିବେ । କିନ୍ତୁ ଏହାର ପେଟ ଚର୍ବି ସହ ସଂପର୍କ କଣ ହୋଇ ପାରେ । ଆପଣମାନେ ମଧ୍ୟ ଏହି କଥା ଭାବୁଥିବେ । ଆଜ୍ଞା ହଁ ଏହି ଭିକ୍ସ ଭାପୋରାବ ବ୍ୟବହାର କରି ଆପଣ ଆପଣଙ୍କର ପେଟ ଚର୍ବିକୁ କମ କରି ପାରିବେ ।
ସେଥିପାଇଁ ଆପଣଙ୍କୁ ଭିକ୍ସ ସହିତ ସୋରିଶ ତେଲ ଆବଶ୍ୟକ । ସୋରିଶ ତେଲରେ ଏଭଳି ଗୁଣ ରହିଛି ଯାହା ଆପଣଙ୍କ ଶରୀରକୁ ଗରମ ରଖିବାରେ ସାହାର୍ଯ୍ୟ କରିଥାଏ । ସେହିଭଳି ଭିକ୍ସରେ ମିଣ୍ଟ୍ ଏବଂ କର୍ପୁର ଥାଏ ଯାହା ଏକ୍ସଟ୍ରା ଫ୍ୟାଟକୁ କମ କରିବାରେ ସହାୟକ ହୋଇଥାଏ । ପ୍ରଥମେ ଏକ ପାତ୍ରରେ ସୋରିଶ ତେଲ ଏବଂ ଏକ ଚାମଚ ଭିକ୍ସକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାପରେ ବ୍ୟାୟାମ କରିବାକୁ ଯିବା ପୂର୍ବରୁ ପେଟରେ ଏହି ପେଷ୍ଟକୁ ଲଗାଇ ଦିଅନ୍ତୁ । ଏହାଦ୍ୱାରା ପେଟର ଚର୍ତୁପାଶ୍ୱର୍ରେ ଗରମ ପହଁଚିପାରିବ । ଏଭଳି ଉପାୟ ଆପଣାଇ ନିୟମିତ ବ୍ୟାୟାମ କରିବା ଦ୍ୱାରା ବହୁତ ଶୀଘ୍ର ପେଟ ଚର୍ବି କମ ହୋଇଥାଏ ।