ଆଜି ହେଉଛି ରଙ୍ଗର ପର୍ବ ହୋଲି । ଚାରିଆଡେ ସମସ୍ତେ ନିଜ ନିଜର ପରିବାର ଓ ବନ୍ଧୁ ମାନଙ୍କ ସହ ବେଶ ଉତ୍ସାହର ସହ ଏହି ପର୍ବକୁ ପାଳନ କରୁଛନ୍ତି । ପରସ୍ପର ମଧ୍ୟରେ ରଙ୍ଗ ଲଗାଇ ଭାଇଚାରାର ସମ୍ପର୍କକୁ ବଢାଉଛନ୍ତି ।
ତେବେ ଜାଣି ରଖନ୍ତୁ ହୋଲି ଖେଳିବା ସମୟରେ କଣ ସତର୍କତା ଅବଲମ୍ବନ କରିବେ ।
-ପ୍ରଥମତ ଅଭିରରେ ହୋଲି ଖେଳିବାକୁ ଚେଷ୍ଟା କରନ୍ତୁ ।
-କୌଣସି ପ୍ରକାରର କେମିକାଲ ରଙ୍ଗ ବ୍ୟବହାର କରନ୍ତୁ ନାହିଁ ।
– ଢିଲା ପୋଷାକ ପିନ୍ଧନ୍ତୁ । ସୁତାରେ ତିଆରି ବସ୍ତ୍ର ପିନ୍ଧି ହୋଲି ଖେଳନ୍ତୁ ।
-ହୋଲି ଖେଳିବା ପୂର୍ବରୁ ଶରୀରରେ ହାଳୁକା ତେଲ ଲଗାଇ ଦିଅନ୍ତୁ । ଫଲରେ ଦେହରେ ରଙ୍ଗ ଲାଗି ନଥାଏ ଏବଂ ସ୍କିନ ଖରାପ ହୋଇନଥାଏ ।
-ମୁଣ୍ଡରେ ଟୋପି ପିନ୍ଧନ୍ତୁ । କାରଣ ହୋଲି ରଙ୍ଗ ମୁଣ୍ଡରେ ଲାଗିଲେ ରୁପି ସମସ୍ୟ ଦେଖାଯାଇଥାଏ ।
-ଚଷମା ପିନ୍ଧି ହୋଲି ଖେଳିବାକୁ ଚେଷ୍ଟା କରନ୍ତୁ । ଫଳରେ ଆପଣଙ୍କ ଆଖିରେ ରଙ୍ଗ ପଡିବାର ଆଶଙ୍କା କମ ରହିଥାଏ ।