ଭୁବନେଶ୍ୱର,୩ା୨/ବ୍ୟୁରୋ: ଯିଏ ଯେଉଁଠି ଥିଲେ ଧାଇଁ ଆସିଲେ । କେହି କେହି ଫୋନ୍ କରି ବି ନିଜ ସମ୍ପର୍କୀୟଙ୍କୁ ପାଖକୁ ଡାକିଲେ । କାରଣ ରାସ୍ତା ଉପରେ ଓଲଟି ପଡିଥିଲା ଏକ ମାଛ ଟ୍ରକ । ବାସ୍ ଏହାପରେ ପରିସ୍ଥିତି ଅସମ୍ଭାଳ । ରାସ୍ତା ଉପରେ ଓଲଟି ଥିବା ଗାଡି କଥା ଦୂରେ ଥାଉ ଲୋକେ ମାଛ ଗୋଟାଇବାରେ ଲାଗି ପଡିଥିଲେ । ସବୁଠୁ ବଡ଼ କଥା ହେଉଛି ଗାଡି ଓଲଟିଥିବା ସ୍ଥାନରୁ ମାତ୍ର ଗୋଟିଏ କିମି ଦୂରରେ ଯାତ୍ରା ଚାଲୁଥିବା ବେଳେ ସେଠି ଲୋକଙ୍କ ଭିଡ଼ ଯେତିକି ନଥିଲା ତାଠୁ ଢ଼େର୍ ଅଧିକ ଭିଡ଼ ଲାଗିଥିଲା ମାଛଗାଡି ପାଖରେ । ଏମିତି ଦୃଶ୍ୟ ଦେଖିବାକୁ ମିଳିଥିଲା ଖଣ୍ଡଗିରି ଥାନା ବରମୁଣ୍ଡା ଅଞ୍ଚଳରେ । ରାତି ପ୍ରାୟ ସାଢ଼େ ୧୦ । ବ୍ରହ୍ମପୁର ଆଡୁ ଏକ ମିନିଟ୍ରକ ମାଛବୋଝେଇ କରି ଆସୁଥିଲା । ତେବେ ଭାରସ୍ୟାମ ହରାଇ ଗାଡିଟି ବରମୁଣ୍ଡା ବ୍ରିଜ୍ ପାଖରେ ଓଲଟି ପଡିଥିଲା । ଏହି ଘଟଣାକୁ ନେଇ ବେଶ୍ କିଛି ସମୟ ରାସ୍ତା ଜାମ୍ ରହିଥିଲା । ନାକରେ କାନ୍ଦିଥିଲେ ଲୋକେ । ଟ୍ରାଫିକ୍ ସମସ୍ୟାକୁ ଏଡାଇବାକୁ ଯାଇ ଯଦିଓ ଖଣ୍ଡଗିରି ପୁଲିସ୍ ଘଟଣାସ୍ଥଳରେ ପହଞ୍ଚିଥିଲା କିନ୍ତୁ ଲୋକଙ୍କ ମାଛ ଲୋଭ ପୁଲିସକୁ ଢ଼େର୍ ସମୟ ନାକେଦମ୍ କରି ପକାଇଥିଲା । ପାଖାପାଖି ଘଣ୍ଟାଏ ପରେ ପରିସ୍ଥିତି ସ୍ୱାଭାବିକ ହୋଇଥିଲା । ଟ୍ରକ ଡ୍ରାଇଭର ଜଣକ ସାମାନ୍ୟ ଆହତ ହୋଇଥିବା ସୂଚନା ମିଳିଛି ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024