ଭୁବନେଶ୍ୱର(ଏଟିଆର ବ୍ୟୁରୋ):ଦିନକୁ ଦିନ ଅପରାଧୀମାନଙ୍କ କାର୍ଯ୍ୟକଳାପ ବଢିବାରେ ଲାଗିଛି । ରାଜଧାନୀ ଭୁବନେଶ୍ୱର ସିଆରପି ଛକଠାରେ ବିଚ୍ ରାସ୍ତାରେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଲା ଦୁର୍ବୃତ୍ତ । ଯୁବକ ଜଣକ ଜଣେ ଗାଡି ଡ୍ରାଇଭର ଯୋଇଥିବାର ସୂଚନା ମିଳିଛି । ତେବେ ଯୁବକଙ୍କୁ ଦୁବୃତ୍ତ କଣ ପାଇଁ ହାଣିଲେ ଏପର୍ଯ୍ୟନ୍ତ କାରଣ ଅସ୍ପଷ୍ଟ ହୋଇଛି ।
ଡ୍ରାଇଭରଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକ ତାଙ୍କୁ ଉଦ୍ଧାର କରିବା ସହ ୨ ଆକ୍ରମଣକାରୀ ଯୁବକଙ୍କୁ କାବୁ କରି ପୋଲିସଙ୍କୁ ହତ୍ୟା କରିଥିଲେ । ଗୁରୁତର ଅବସ୍ଥାରେ ପୋଲିସ ଉକ୍ତ ଯୁବକଙ୍କୁ ଉଦ୍ଧାର କରି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ । ମାତ୍ର ହସ୍ପିିଟାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ହୋଇଥିବା ଅନୁମାନ କରାଯାଉଛି ।