ଢ଼େଙ୍କାନାଳ (ଏଟିଆର ବ୍ୟୁରୋ) ; ସ୍ଥାନୀୟ କମଳାଙ୍ଗରେ ଅସାବଧାନତା କାରଣରୁ ୧୧ କେଭି ବିଦ୍ୟୁତ ତାର ସଷ୍ପର୍ଶରେ ଆସି ବିଲରେ ମରିଥିବା ୭ଟି ହାତୀ ମରିବା ଘଟଣାରେ ୩ ଜଣ ବନ କର୍ମଚାରୀଙ୍କୁ ଚାକିରୀରୁ ନିଲମ୍ବିତ କରାଯାଇଛି । ସେହି ପରି ବିଦ୍ୟୁତ ବିଭାଗର ଜଣେ ଅଧିକାରୀଙ୍କୁ ମଧ୍ୟ ବହିଷ୍କାର କରାଯାଇଛି । ନିଜ କର୍ତ୍ତବ୍ୟରେ ଅବହେଳା ପାଇଁ ଏହି ହାତୀଙ୍କ ଜୀବନ ଯାଇଥିବାରୁ ଏମାନଙ୍କୁ କାର୍ଯ୍ୟରୁ ଅବ୍ୟାହତ କରାଯାଇଛି । ୭ଟି ହାତୀ ମରିବା ଘଟଣାରେ ଗଭୀର ଦୁଃଖ ପ୍ରକାଶ କରିଛନ୍ତି ନବୀନ ପଟ୍ଟନାୟକ ।
ଘଟଣାର ଅଧିକ ସତ୍ୟାସତ୍ୟ ଜାଣିବା ପାଇଁ କ୍ରାଇମବ୍ରାଞ୍ଚ ତଦନ୍ତ ଜାରୀ କରିବା ପାଇଁ ନିର୍ଦ୍ଧେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ୭ଦିନ ଭିତରେ ତଦନ୍ତ ସାରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି ନବୀନଙ୍କୁ ଏନେଇ ଗୋଟିଏ ଟିମ ଗଠନ କରାଯାଇଛି । ଘଟଣାସ୍ଥଳରେ ଏହି ଟିମ ଆଜି ପହଂଚି ତଦନ୍ତ କରିବ ବୋଲି କ୍ରାଇମବ୍ରାଞ୍ଚ ଏଡିଜି ସନ୍ତୋଷ ଉପାଧ୍ୟାୟ ଏନେଇ ସୂଚନା ଦେଇଛନ୍ତି । ତେବେ କ୍ରାଇମବ୍ରାଞ୍ଚର ତଦନ୍ତ ପରେ ଯେଉଁମାନଙ୍କ ଅସାବଧାନତା ପାଇଁ ହାତୀର ଜୀବନ ଯାଇଥିବ ସେମାନଙ୍କ ପ୍ରତି ଆଇନ ଅନୁଯାୟୀ କଠୋର କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ତେବେ ସମସ୍ତଙ୍କ ନଜର କ୍ରାଇମବ୍ରାଞ୍ଚର ତଦନ୍ତ ଉପରେ ।