ପୁରୀ(ଏଟିଆର ବ୍ୟୁରୋ): ଓଡ଼ିଶାର ଜନସାଧାରଣଙ୍କ ଉଦେ୍ଧଶ୍ୟରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରୀଜଗନ୍ନାଥ ଐତିହ କରିଡର ନିର୍ମାଣ ସଂକ୍ରାନ୍ତ ଚିଠା ବା ନକ୍ସା କୁ ଲୋକାର୍ପିତ କରିଛନ୍ତି ।
ସୁଚନା ଅନୁସାରେ ଆସନ୍ତା ଫେବୃଆରୀ ମାସରେ ଏହି ନକ୍ସାକୁ ଚୁଡାନ୍ତ ରୁପ ଦିଆଯିବ । ତେବେ ତା ପୁର୍ବରୁ ଏହି ପ୍ରସଙ୍ଗରେ ଲୋକ ମାନଙ୍କର ମତାମତ ଲୋଡିଛନ୍ତି ମୁଖ୍ୟମନ୍ତ୍ରୀ । ସମସ୍ତ ମତକୁ ତର୍ଜମା କରିସାରିବା ପରେ ଫେବୃଆରୀରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ ।
ଆଜି ଲୋକ ସେବା ଭବନରେ ହୋଇଥିବା ବୈଠକରେ ମୁଖ୍ୟମନ୍ତ୍ରୀ ଯେଉଁମାନେ ଏହି କରିଡର ନିର୍ମାଣ ପାଇଁ ଜମି ଓ ମଠ ଦାନ କରିଛନ୍ତି ସେମାନଙ୍କୁ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କ ନାମ ଫଳକରେ ସବୁଦିନ ପାଇଁ ସଂରକ୍ଷିତ ହୋଇ ରଖାଯିବ ହୋଲି ଘୋଷଣା କରିଛନ୍ତି ।
ପୁରୀକୁ ପ୍ରତିଦିନ ଲକ୍ଷାଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବା ନିମନ୍ତେ ଅସିଥାନ୍ତି । ଜଗନ୍ନାଥ ଐତିହର ବିକାଶ ଓ ବିଶ୍ୱରେ ଜଗନ୍ନାଥ ସଂସ୍କୃତିର ପ୍ରସାର କରାଇବା ପାଇଁ ରାଜ୍ୟ ସରକାର ପୁରୀ ଶ୍ରୀମନ୍ଦୀରର ସୌନ୍ଦର୍ଯ୍ୟକରଣ ପାଇଁ ଗତ ମାସରେ ମନ୍ଦୀର ଚତୁଃପାଶ୍ୱରୁ ୭୫ ମିଟର ଉଛେଦ କରି ଏହି ଐତିହ କରିଡର ନିର୍ମାଣ କରିବା ପାଇଁ ନିସ୍ପତି ନେଇଥିଲେ ।
କରିଡର ନିର୍ମାଣ ପ୍ରସଙ୍ଗରେ ଲୋକ ମାନଙ୍କ ମତାମତ ପାଇଁ ରାଜ୍ୟ ସରକାର ଇମେଲ, ଫ୍ୟାକ୍ସ ଓ ଫୋନ ନମ୍ବର ଜାରି କରିଛନ୍ତି । ଏହି ସବୁକୁ ବ୍ୟବହାର କରି ଲୋକମାନେ ସହଜରେ ନିଜ ମତାମତ ପଠାଇ ପାରିବେ ।
ଇ-ମେଲ- jagannath.or@nic.in
ଫ୍ୟାକ୍ସ- 06752-252100
ଫୋନ୍- 06752-252900