ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଦୀର୍ଘ ସାତ ମାସ ପରେ ଆଜିଠାରୁ ଖୋଲିବାକୁ ଯାଉଛି ସ୍ୱାମୀନାରାୟଣ ଅକ୍ଷରଧାମ ମନ୍ଦିର । କରୋନା ପାଇଁ ଦୀର୍ଘ ଦିନ ହେବ ମନ୍ଦିର ବନ୍ଦ ରହିବା ପରେ ଏବେ ମନ୍ଦିର ଖୋଲିବାକୁ ନେଇ ଅକ୍ଷରଧାମ ପ୍ରଶାସନ ପକ୍ଷରୁ ନିଷ୍ପତି ନିଆଯାଇଛି । ଆଜି ସନ୍ଧ୍ୟା ୫ ଟାରୁ ଭକ୍ତଙ୍କ ପାଇଁ ମନ୍ଦିର ଖୋଲା ହେବ ।
ସନ୍ଧ୍ୟା ୫ଟାରୁ ସାଢେ ୬ ଟା ମଧ୍ୟରେ ଅକ୍ଷରଧାମ ମନ୍ଦିରରେ ଦର୍ଶନ କରି ପାରିବେ ଭକ୍ତ । ସାଢେ ୬ ଟା ପରେ ଆଉ ମନ୍ଦିର ଭିତରକୁ ଭକ୍ତଙ୍କୁ ପ୍ରବେଶ କରିବାକୁ ଦିଆଯିବ ନାହିଁ । କିନ୍ତୁ ରାତି ୮ ଟା ୧୫ ରେ ମନ୍ଦିର ବନ୍ଦ କରିବାର ନିଷ୍ପତି ନିଆଯାଇଛି ।
ମନ୍ଦିର ଭିତରକୁ ପ୍ରବେଶ କଲା ବେଳେ ସମସ୍ତ ଭକ୍ତଙ୍କର ପ୍ରଥମେ ଥର୍ମାଲ ସ୍କ୍ରିନିଂ କରା ଯାଇ ଭିତରକୁ ଛଡାଯିବ । ଏହାବ୍ୟତିତ ସମସ୍ତ ଭକ୍ତ ମାସ୍କ ପିନ୍ଧିବା ସହିତ ହାତରେ ସାନିଟାଇଜର ରଖିବା ଏବଂ ସାମାଜିକ ଦୂରତା ପାଳନ କରିବା ବାଧ୍ୟତାମୂଳକ କରାଯାଇଛି ।