ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଆଜି ହେଉଛି ପବିତ୍ର ମହାଶିବରାତ୍ରୀ । ଏନେଇ ଚଳଚଞ୍ଚଳ ହୋଇ ଉଠିଛି ରାଜ୍ୟର ବିଭିନ୍ନ ଶୈବପୀଠ । ସବୁଠି ଶିବ ଭକ୍ତଙ୍କ ଭିଡ ।
ରାଜ୍ୟର ଥିବା ଛୋଟ ଛୋଟ ଶୈବପୀଠରୁ ଆରମ୍ଭ କରି ବଡ ଶୈବପୀଠ ଯାଏଁ ସବୁଠି ବଡି ଭୋରରୁ ଭକ୍ତଙ୍କ ଭିଡ ପରିଲକ୍ଷିତ ହୋଇଛି । ସେହିପରି ରାଜଧାନୀରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ମନ୍ଦିରରେ ମଧ୍ୟ ଭୋରୁ ଭିଡ ପରିଲକ୍ଷିତ ହୋଇଛି । ଭୋରୁ ଅବକାଶ ନୀତି ବଢିବା ପରେ ଭୋର ୫ଟାରୁ ସର୍ବସାଧାରଣ ଦର୍ଶନ ଆରମ୍ଭ ହୋଇଯାଇଛି । ସେହିପରି ରାତି ୧୦ଟାରେ ମହାଦୀପ ଉଠିବ ବୋଲି ସମୟ ଧାର୍ଯ୍ୟ କରାଯାଇଛି ।
ଭିଡକୁ ଦୃଷ୍ଟିରେ ରଖି କଡାକଡି କରାଯିବ ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଛି ।