ମୁମ୍ବାଇ (ଏଟିଆର ବ୍ୟୁରୋ): ଆଜିକାଲି ବଲିଉଡର ଲୋକପ୍ରିୟ ଅଭିନେତା ରଣବୀର ସିଂ ତାଙ୍କ ଫିଲ୍ମ ‘ଗଲି ବୟ’ ର ସଫଳତାକୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଫିଲ୍ମଟି ବକ୍ସ ଅଫିସରେ ସାନ୍ଦାର ପ୍ରଦର୍ଶନ କରିଛି । ଏହି ଫିଲ୍ମରେ ରଣବୀରଙ୍କ ବିପରୀତରେ ଆଲିଆ ଭଟ୍ଟ ନଜର ଆସିଥିଲେ । ଏହାବ୍ୟତିତ ବଲିଉଡର ଭିନ୍ନ ଡ୍ରେସିଂ ଷ୍ଟାଇଲ ପାଇଁ ରଣବୀର ବେଶ୍ ଜଣା ଶୁଣା । ମାତ୍ର ବେଳେ ବେଳେ ରଣବୀରଙ୍କ ଡ୍ରେସିଂ ଷ୍ଟାଇଲକୁ ଲୋକେ ପସନ୍ଦ କରି ନଥାନ୍ତି । ଯେଉଁଥି ପାଇଁ ତାଙ୍କୁ ସୋସିଆଲ ମିଡିଆରେ ଟ୍ରୋଲ ହେବାକୁ ପଡିଥାଏ ।
ନିକଟରେ ରଣବୀରଙ୍କର ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଆଜ୍ଞା ହଁ ରଣବୀର ତାଙ୍କ ଇଂଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଫଟୋ ସେୟାର କରିଛନ୍ତି । ଯେଉଁଥିରେ ସେ ସମ୍ପୂର୍ଣ୍ଣ ଟପଲେସ୍ ରେ ନଜର ଆସିଛନ୍ତି । ଏହି ଫଟୋର କ୍ୟାପସନ୍ ରହିଛି ନଙ୍ଗା ପୁଙ୍ଗା । ଏହି ଫଟୋକୁ ଦେଖିଲା ପରେ ପ୍ୟାନ୍ସମାନେ ଫନି କମେଣ୍ଟସ କରିବା ଆରମ୍ଭ କରିଦେଇଛନ୍ତି ।
ଏହି ଫଟୋକୁ ଦେଖି ଜଣେ ୟୁଜର୍ସ ଲେଖିଛନ୍ତି କି ଆପଣ ଏଭଳି ନଙ୍ଗା ପୁଙ୍ଗା ଫଟୋ ରଖିଛନ୍ତି ବୋଲି ଯଦି ଭୁଲ୍ ରେ ବି ଦୀପିକା ଜାଣନ୍ତି ତେବେ ଛାଡପତ୍ର ହେବାରେ ବିଳମ୍ବ ହେବ ନାହିଁ । ସେହିପରି ଆଉ ଜଣେ ୟୁଜର୍ସ ଲେଖିଛନ୍ତି କି କ’ଣ ଦୀପିକା ଧୋକା ଦେଇଦେଲେ ।
ଅନ୍ୟ ଜଣେ ୟୁଜର୍ସ ଲେଖିଛନ୍ତି କି ଯେଉଁ ମଜା ନଙ୍ଗାପଣରେ ଅଛି ସେହି ମଜା କପଡା ପିନ୍ଧିବାରେ କାହିଁ । ଏହାବ୍ୟତିତ ଏହି ଫଟୋକୁ ଅନେକ ଲୋକ ପସନ୍ଦ ମଧ୍ୟ କରିଛନ୍ତି । ଫଟୋଟି ସେୟାର ହେବାର ୧୨ ଘଣ୍ଟା ଭିତରେ ୧୪ ଲକ୍ଷରୁ ଅଧିକ ଲାଇକ୍ସ ମିଳି ସାରିଛି ।