ମୁମ୍ବାଇ(ଏଟିଆର ବ୍ୟୁରୋ): ୫୩ବର୍ଷ ବୟସରେ ମଧ୍ୟ ବଲିଉଡ ଅଭିନେତା ସଲମାନ ଖାନଙ୍କ ଅଗଣିତ ମହିଳା ପ୍ରଶଂସକ ଅଛନ୍ତି ।ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନଥିବା ସଲମାନ ଖାନଙ୍କ ବିବାହ ଖବର ସବୁବେଳେ ଚର୍ଚ୍ଚାର ବିଷୟ ପାଲଟି ଥାଏ । ଐଶୋର୍ଯ୍ୟା ରାୟଙ୍କ ଠାରୁ ଆରମ୍ଭ କରି କ୍ୟାଟ୍ରିନା କ୍ୟାଫଙ୍କ ପର୍ଯ୍ୟନ୍ତ ସମସ୍ତଙ୍କ ସହ ସଲମାନଙ୍କ ପ୍ରେମ ସମ୍ପର୍କ ବିଷୟରେ ଚର୍ଚ୍ଚା ସବୁବେଳେ ଲାଗି ରହିଥାଏ ।
ଷ୍ଟୁଡେଣ୍ଟ ଅଫ ଦ ଇୟର ଫେମ୍ ଅନନ୍ୟା ପାଣ୍ଡେ ଏକ ସାକ୍ଷାତକାରରେ ସେ ସଲମାନ ଖାନଙ୍କୁ ବିବାହ କରିବାକୁ ଚାହାନ୍ତି ବୋଲି କହିବା ପରେ, ଏହାକୁ ନେଇ ବଲିଉଡରେ ଜୋରଦାର ଚର୍ଚ୍ଚା ଆରମ୍ଭ ହେଇଛି । ଆଗକୁ ଅନନ୍ୟାଙ୍କ ଫିଲ୍ମ ‘ପତି ପତ୍ନୀ ଅର ଔ’ ରିଲିଜ୍ ହେବାକୁ ଯାଉଛି, ତେବେ କେହିକେହି ଅନନ୍ୟାଙ୍କର ଏଭଳି ମନ୍ତବ୍ୟକୁ ନିଜ ଫିଲ୍ମର ପ୍ରମୋସନ କରୁଛନ୍ତି ବୋଲି କହୁଥିବା ବେଳେ ନିକଟରେ ଅନନ୍ୟା ଓ ତାଙ୍କ ଫିଲ୍ମର ଅନ୍ୟ ତାରକା ମାନେ ମଧ୍ୟ ଏଭଳି କିଛି ବିବାଦୀୟ ମନ୍ତବ୍ୟ ଦେଇ ସବୁବେଳେ ଚର୍ଚ୍ଚାରେ ରହିଆସୁଛନ୍ତି । ତେବେ ଆଗକୁ ସଲମନ ଖାନ ଓ ଅନନ୍ୟା ପାଣ୍ଡେ ଏକା ସାଥିରେ ଗୋଟିଏ ଫିଲ୍ମରେ ନଜର ଆସିବେ ବୋଲି ମଧ୍ୟ କେହିକେହି ମତ ଦେଉଛନ୍ତି ।