ପୁରୀ (ଏଟିଆର ବ୍ୟୁରୋ): ମର୍ଚ୍ଚିକୋଟ ଛକ ସ୍ଥିତ ସମ୍ରାଟ ମାର୍କେଟ କମ୍ପେ୍ଲକ୍ସରେ ଲାଗିଥିବା ନିଆଁ ଦୀର୍ଘ ୩୬ ଘଣ୍ଟା ପରେ ଆୟତ୍ତ ହୋଇଛି । ସମ୍ପୂର୍ଣ୍ଣ ନିଆଁ ଲିଭାଇବାରେ ସକ୍ଷମ ହୋଇଛନ୍ତି ଅଗ୍ନିଶମ ବାହିନୀ । ଏନେଇ ଚିଫ ଫାୟାର ଅଫିସର ରମେଶ କୁମାର ମାଝୀ ସୂଚନା ଦେଇଛନ୍ତି ।
ନିଆଁକୁ ଆୟତ୍ତ କରିବା ଖୁବ୍ କଠିନ ଓ ଚ୍ୟାଲେଜିଂ ଥିଲା । ଗେଷ୍ଟ ହାଉସରୁ ଯାତ୍ରୀଙ୍କ ଜୀବନ ବଞ୍ଚାଇବା ପ୍ରଥମ ପ୍ରାଥମିକତା ଥିଲା ଏହାପରେ ନିଆଁକୁ ଆୟତ୍ତ କରିବା ।
ମାର୍କେଟ କମ୍ପେ୍ଲକ୍ସରେ ଘଟିଥିବା ଏହି ବଡ ଧରଣର ଅଗ୍ନିକାଣ୍ଡରେ ୭ କୋଟି ଅଧିକ ସମ୍ପତ୍ତି ନଷ୍ଟ ହୋଇଥିବା ଜଣାପଡିଛି ।