ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ୧୯ ପରିବର୍ତ୍ତେ ୨୧ ତାରିଖରେ ସ୍କୁଲ ଖୋଲିବା ନେଇ ନିକଟରେ ନିଷ୍ପତି ହୋଇଥିଲା । କିନ୍ତୁ ଏବେ ପୁଣି ଗ୍ରୀଷ୍ମ ପ୍ରବାହ ବୃଦ୍ଧିକୁ ନଜରରେ ରଖି ୪ ଜିଲ୍ଲାରେ ସ୍କୁଲ ଛୁଟିକୁ ବଢାଯାଇଛି ।
ସମ୍ବଲପୁର, ବଲାଙ୍ଗୀର ଓ ଝାରସୁଗୁଡାରେ ୨୧ ପରିବର୍ତ୍ତେ ୨୨ ରେ ସ୍କୁଲ ଖୋଲିବ । ଏହି ୩ ଜିଲ୍ଲାରେ ସମସ୍ତ ସ୍କୁଲ ସକାଳୁଆ ହେବ । ସକାଳ ୬ ଟଶରୁ ୧୦ ଟା ଯାଏଁ ସ୍କୁଲ ଚାଲିବ ।
ସେହିପରି ନୂଆପଡାରେ ୨୧ ତାରିଖ ପରିବର୍ତ୍ତେ ୨୩ ରେ ଖୋଲିବ ସ୍କୁଲ । ୨୩ ଓ ୨୪ ସକାଳୁଆ ସ୍କୁଲ ହେବ । ଏନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ନିଷ୍ପତି ।