ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଅଭିନେତ୍ରୀ ତାପସୀ ପନ୍ନୁଙ୍କ ଅପକମିଂ ଫିଲ୍ମ ‘ଶାବାସ ମିଠୁ’ ର ଟିଜର ଆଜି ରିଲିଜ୍ ହୋଇଯାଇଛି । ଫିଲ୍ମରେ ତାପସୀ ଭାରତୀୟ କ୍ରିକେଟର ମିତାଲି ରାଜଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ଏହି ଟିଜରରେ ସେ ଏକ ନୀଳ ଜର୍ସିରେ ନଜରକୁ ଆସିଛନ୍ତି । ଯେଉଁଥିରେ ଲେଖା ହୋଇଛି ମିତାଲି । ସେ ନିଜର ବ୍ୟାଟିଂର ଯାଦୁ ଦେଖାବା ପାଇଁ ମୈଦାନକୁ ଓହ୍ଲାଇ ଥିବା ନଜରକୁ ଆସୁଛନ୍ତି କାରଣ ସେ ହେଉଛନ୍ତି ଟିମ୍ ରେ ଥିବା ଦମଦାର ଖେଳାଳୀ ମାନଙ୍କ ମଧ୍ୟରୁ ଜଣେ ।
ତାପସୀ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମର ଟିଜର ସେୟାର କରିଛନ୍ତି । ଏହାପୂର୍ବରୁ ଅନ୍ତରାଷ୍ଟ୍ରୀୟ ମହିଳା ଦିବସ ଅବସରରେ ଫିଲ୍ମର ନୂତନ ପୋଷ୍ଟର ସେୟାର କରିଥିଲେ ।