ମୁମ୍ବାଇ (ଏଟିଆର ବ୍ୟୁରୋ): ଫିଲ୍ମ ଇଣ୍ଡଷ୍ଟ୍ରିରେ ମହିଳାଙ୍କୁ ୪୦ ବର୍ଷ ଛୁଇଁବା ମାତ୍ରେ କୌଣସି ଫିଲ୍ମ ମିଳେ ନାହିଁ । କିନ୍ତୁ ପୁରୁଷଙ୍କୁ ଯେତେ ବୟସ ହେଲେ ବି ସେମାନଙ୍କୁ ଅଭିନୟ ପାଇଁ ମଉକା ମିଳିଥାଏ । ଏନେଇ ବଲିଉଡର ମଶହୁର ଅଭିନେତ୍ରୀ ଏବଂ ନିର୍ଦ୍ଦେଶିକା ପୂଜା ଭଟ୍ଟ ମତ ରଖିଛନ୍ତି । ପ୍ରକୃତରେ ଦୀର୍ଘ ଦିନ ହେବ ପୂଜା ଅଭିନୟଠାରୁ ଦୂରେଇ ରହିଥିଲେ କିନ୍ତୁ ଏବେ ସେ ଫିଲ୍ମ ‘ସଡକ୨’ରେ ପରଦାକୁ ଫେରୁଥିବାର ଜାଣିବାକୁ ମିଳିଛି ।
ନିକଟରେ ପୂଜା ଗଣମାଧ୍ୟମକୁ ସାକ୍ଷତକରି କହିଛନ୍ତି କି , ‘ଭାରତରେ ପୁରୁଷମାନେ କେବେ ବୁଢା ହୂଅନ୍ତି ନାହିଁ, ସେମାନେ ସର୍ବଦା ଯବାନ ଥାନ୍ତି’ । ତାଙ୍କଠାରୁ କମ୍ ବୟସର ମହିଳାଙ୍କୁ ମା’ ଚରିତ୍ରରେ ଅଭିନୟ କରିବା ପାଇଁ ଦିଆଯାଇଥାଏ । ମୁଁ ବି ‘ଝଖମ’ରେ ଅଜୟ ଦେବଗନଙ୍କ ମା’ ଭୂମିକାରେ ଅଭିନୟ କରିଥିଲି । କାରଣ ଏହି ରୋଲ ବେଶ୍ ଡିମାଣ୍ଡ ଥିଲା ।’ ସେ ଆହୁରୀ ମଧ୍ୟ କହିଛନ୍ତି କି , ମୁଁ ଅଭିନୟକୁ ବାଏ ବାଏ କହି ଦେଇଥିଲି କିନ୍ତୁ ଯିଏ ଗୋଟେ ଥର କଳାକାର ହୋଇଯାଏ ସେ କଳାକାର ହିଁ ରୁହେ । ମୋ ଜୀବନ ଯୋଜନା ଦ୍ୱାରା ଚାଲି ନାହିଁ । ଯେଭଳି ମୁଁ ଅଭିନେତ୍ରୀ ହେବାକୁ ଚାହୁଁନଥିଲି ।
ଖବର ମୁତାବକ, ଫିଲ୍ମ ‘ସଡକ୨’ରେ ପୂଜାଙ୍କ ସହିତ ପୁଣି ଥରେ ସଞ୍ଜୟ ଦତ୍ତ ନଜର ଆସି ପାରନ୍ତି । ୟାଙ୍କ ବ୍ୟତିତ ଫିଲ୍ମରେ ଆଲିଆ ଭଟ୍ଟ ଏବଂ ଆଦିତ୍ୟ ରାୟ କପୁର ୟଙ୍ଗ କପୁଲ ଭୂମିକାରେ ନଜର ଆସିବେ ।