ଭୁବନେଶ୍ୱର,୧୬ା୨(ବ୍ୟୁରୋ): ବାରମ୍ବାର ନୋଟିସ ଦିଆଗଲା ଆୟକର ବିଭାଗ। ତୁରନ୍ତ ବାକି ଥିବା ଟଙ୍କା ଡିପୋଜିଟ୍ କରିବାକୁ ସମୟ ଦିଆଗଲା । ହେଲେ ସମୟ ସିନା ଗଡ଼ିଲା କିନ୍ତୁ ଆୟକର ବିଭାଗ ପାଖରେ ପହଁଚିଲା ନାହିଁ ଉଚିତ୍ ମୂଲ୍ୟ ।
ଯାହାକୁ ନେଇ ଶେଷରେ ବିଭାଗ ଘର ସିଲ କରିବାକୁ ଯୋଜନା କଲା । ମିଳିଥିବା ରିପୋର୍ଟ ଅନୁସାରେ, ଭୁବନେଶ୍ୱରର ସହିଦନଗର ଓ ବରମୁଣ୍ଡା ପାଇକନଗର ଅଂଚଳରେ ଥିବା ୨ଟି ଘରକୁ ସିଲ କରିବାକୁ ରେଡି ହୋଇଛି ଆୟକର ବିଭାଗ ଟିମ । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ରିପୋର୍ଟ ଅନୁସାରେ, ପାଖାପାଖି କୋଟି କୋଟି ଟଙ୍କା ବାକି ପଡିଥିବା ବେଳେ ଘର ମାଲିକମାନେ ବିଲକୁଲ ବେଫିକର ହୋଇ ରହିଥିଲେ ।
ଖାସ୍ ଏଥିପାଇଁ ବିଭାଗ ସ୍କାନରକୁ ଆସିଛି ସହିନଗରର ଟ୍ଟ ନମ୍ବର ୧୦୧/ଏ ଓ ବରମୁଣ୍ଡା ପାଇକନଗରରେ ଥିବା ଅନ୍ନପୂର୍ଣ୍ଣା ଆପାର୍ଟମେଁଟର ଫ୍ଲାଟ ନମ୍ବର ୧୦୧ । ଏହି ଦୁଇଟି ସ୍ଥାନରେ ଯଉ ଅଠା ଲଗାଇଛି ଟିମ୍ ।