ଭୁବନେଶ୍ୱର(ଏଟିଆର ବ୍ୟୁରୋ): ଆଠ ମାସ ତଳେ ଓଡ଼ିଶାରେ ହୋଇଥିବା ଫନି ବାତ୍ୟା ର ପ୍ରଭାବରେ ଭୁବନେଶ୍ୱରରେ ବହୁ କ୍ଷୟ କ୍ଷତି ହୋଇଥିଲା । ତେବେ ସବୁଠାରୁ ଅଧିକ କ୍ଷତି ଉଠା ଦୋକାନୀ ମାନଙ୍କର ହୋଇଥିଲା ।
ଆଠ ମାସ ପରେ ରାଜ୍ୟ ସରକାର ଉଠା ଦୋକାନୀ ମାନଙ୍କର ଦୁଃଖ ବୁଝିପାରିଛନ୍ତି । ବିଏମସି ବକ୍ଷରୁ କ୍ଷତିଗ୍ରସ୍ତ ଉଠା ଦୋକାନୀ ମାନଙ୍କୁ ସହାୟତା ରାଶି ପ୍ରଦାନ କରାଯିବା ପାଇଁ ନିସ୍ପତି ନିଆଯାଇଛି ।
ସୁଚନା ଅନୁସାରେ ଭୁବନେଶ୍ୱରରେ ସମୁଦାୟ ୧୧ହଜାର ୩୪୮ ଜଣ କ୍ଷତିଗ୍ରସ୍ତ ଉଠା ଦୋକାନୀଙ୍କୁ ଚିହ୍ନଟ କରି ବିଏମସି ସେମାନଙ୍କୁ ୧୦ଟଙ୍କା ଲେଖାଏଁ ସହାୟତା ରାଶି ପ୍ରଦାନ କରିବ ।
ସେପଟେ ହିତାଧିକାରୀଙ୍କ ସହାୟତା ରାଶି ସିଧାସଳଖ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପଠା ଯିବ ବୋଲି ବିଏମସି ପକ୍ଷରୁ ସୁଚନା ମିଳିଛି । ସାମନ୍ତରାପୁର ଆକ୍ସିସ୍ ବ୍ୟାଙ୍କ ଆଜିଠାରୁ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ଟଙ୍କା ପଠାଯିବାର କାର୍ଯ୍ୟ ଆରମ୍ଭ କରିଛି ।