ପୁରୀ(ଏଟିଆର ବ୍ୟୁରୋ): କରୋନା ମହାମାରୀ କାଳରେ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ପାଇବାରୁ ଭକ୍ତମାନେ ବଞ୍ଚିତ ଥିବା ବେଳେ ଏବେ ମନ୍ଦିର ଖୋଲିବା ନେଇ ସମସ୍ତଙ୍କ ମନରେ ଆନନ୍ଦର ଲହରୀ ଖେଳିଯାଇଛି । ଜଗା ଦର୍ଶନ ପାଇଁ ଦୂରଦୂରାନ୍ତରୁ ଆସୁଥିବା ଭକ୍ତମାନେ କିପରି ସୁବିଧାରେ ଓ ସୁଲଭ ମୂଲ୍ୟରେ ପୁରୀରେ ରହିପାରିବେ ଏ ନେଇ ସରକାର ବ୍ୟବସ୍ଥା କରିଛନ୍ତି ।
ଏଣିକି ମାତ୍ର ୧୦୦ ଟଙ୍କାରୁ ୧୫୦ ଟଙ୍କା ମଧ୍ୟରେ ପୁରୀରେ ରହି ଜଗା ଦର୍ଶନ କରିପାରିବେ ଭକ୍ତମାନେ । ଏହି ଅଳ୍ପ ଟଙ୍କ।। ଦେଇ ସେମାନଙ୍କ ରହିବା ସହ ଖାଦ୍ୟର ସୁବିଧା ମଧ୍ୟ ଯୋଗାଇ ଦିଆଯିବ ।ବାସେଳୀ ସାହି ଥାନା ପାଖରେ ଏହାର ନିର୍ମାଣ କାର୍ଯ୍ୟ ହେବ ବୋଲି ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ପ୍ରଶାସକ କ୍ରିଷନ କୁମାର । ନିବାସ ରହଣି ଲାଗି ୯ ରୁ ୧୦ ଏକର ଜାଗା ଚିହ୍ନଟ ହୋଇଛି ।
୩ ରୁ ୪ ହଜାର ଭକ୍ତଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ବେଳେ ବେଡ ପିଛା ମାତ୍ର ୧୦୦ ରୁ ୧୫୦ ଟଙ୍କା ଦେବାକୁ ପଡିବ ବୋଲି କହିଛନ୍ତି ମୁଖ୍ୟ ପ୍ରଶାସକ ।