ନୂଆଦିଲ୍ଲୀ(ଏଟିଆର ବ୍ୟୁରୋ): ଏବେ ବିବାଦ ଘେରକୁ ଆସିଛି ଅକ୍ଷୟ କୁମାରଙ୍କ ଓ କିଆରା ଆଡଭାନୀଙ୍କ ଅଭିନିତ ଫିଲ୍ମ ଲକ୍ଷ୍ମୀ ବମ୍ବ ।ଏହି ଫିଲ୍ମର ଟିଜର ପ୍ରଥମେ ସାମ୍ନାକୁ ଆସିଥିଲା। ତେବେ ଏବେ ଫିଲ୍ମର ରିଲିଜ ତାରିଖ ଯେତେ ପାଖେଇ ଆସୁଛି ଏହାକୁ ନେଇ ବିବାଦ ତୀବ୍ରତର ହେଉଛି। ଦେଶର କିଛି ସଂଗଠନ ଫିଲ୍ମର ନାଁକୁ ନେଇ ବିରୋଧ କରୁଛନ୍ତି। ଏ ସଂଗଠନମାନଙ୍କ କହିବା କଥା ଫିଲ୍ମକୁ ବ୍ୟାନ କରିଦିଆଯାଉ। କିଛି ଲୋକଙ୍କ କହିବା କଥା ଫିଲ୍ମ ଧାର୍ମିକ ଭାବନକୁ ଆଘାତ ପହଞ୍ଚାଇଛି। ଏବେ ରାଷ୍ଟ୍ରୀୟ ହିନ୍ଦୁ ସେନା ଫିଲ୍ମ ବିରୋଧରେ ଆନ୍ଦୋଳନ ଆରମ୍ଭ କରିଛି। କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭେଦକରଙ୍କୁ ରାଷ୍ଟ୍ରୀୟ ହିନ୍ଦୁ ସେନା ଚିଠି ଲେଖିଛନ୍ତି। ଏଥିରେ ସେ ସିନେମାର ବ୍ୟାନ ପାଇଁ ଦାବି କରିଛନ୍ତି। ଏହା ସହ ଫିଲ୍ମ ନିର୍ମାତା ଓ କାଷ୍ଟଙ୍କ ଉପରେ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯାଉ। ଫିଲ୍ମ ମାଧ୍ୟମରେ ମା’ ଲକ୍ଷ୍ମୀଙ୍କୁ ଅପମାନିତ କରାଯାଇଛି। ସଂଗଠନ ଚେତାବନୀ ଦେଇଛି ଯଦି ଫିଲ୍ମା ନାଁ ବଦଳା ନ ଯାଏ ତେବେ ରିଲିଜ ସମୟରେ ସଂଗଠନ କାର୍ୟ୍ୟକର୍ତା ବିରୋଧ ପ୍ରଦର୍ଶନ କରିବେ।ଉଲ୍ଲେଖନୀୟ ନଭେମ୍ବର ୯ରେ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ରିଲିଜ ହେବ। କେବଳ ଏତିକି ନୁହେଁ ଫିଲ୍ମର ପ୍ରଥମ ଗୀତ ମଧ୍ୟ ରିଲିଜ ସରିଛି। ତେବେ କେବେ ଏହା ହଲରେ ରିଲିଜ ହେବ ତାହା ଜଣା ପଡିନାହିଁ ।
JUST IN
-
ଜାଣନ୍ତୁ ମେ ମାସରେ କେତେ ଦିନ ଛୁଟି ରହିବ ବ୍ୟାଙ୍କ | 29 Apr 2024
-
ଓଡିଶାରେ ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଆଜିଠୁ ଆରମ୍ଭ ନାମାଙ୍କନ ଦାଖଲ ପ୍ରକ୍ରିୟା | 29 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ବାରିପଦା | 29 Apr 2024
-
ହିଞ୍ଜିଳି ଆସନ ପାଇଁ ୩୦ ରେ ନାମାଙ୍କନ ଭରିବେ ନବୀନ ପଟ୍ଟନାୟକ | 28 Apr 2024
-
ହୁତୁହୁତୁ ହୋଇ ଜଳୁଛି ଶିମିଳିପାଳ | 28 Apr 2024
-
ଆହୁରି କଲବଲ କରିବ ତାତି, ରାଜଧାନୀରେ ୪୬ ଡିଗ୍ରୀ ଛୁଇଁବ ପାରଦ! | 28 Apr 2024
-
ଜଳୁଛି ଓଡିଶା, ଦିନ ସାଢେ ୧୧ଟା ସୁଦ୍ଧା ଝାରସୁଗୁଡାରେ ୪୧.୪ ଡିଗ୍ରୀ ତାପମାତ୍ରା | 27 Apr 2024
-
ନଜର ପକାନ୍ତୁ ଆଜିର ପେଟ୍ରୋଲ ଓ ଡିଜେଲ ଦର ଉପରେ | 27 Apr 2024
-
ଆସନ୍ତାକାଲି ଓଡିଶା ଆସିବେ ରାହୁଲ ଗାନ୍ଧୀ | 27 Apr 2024
-
ସକାଳ ସାଢେ ୮ ସୁଦ୍ଧା ରେକର୍ଡ ତାପମାତ୍ରା, ସବୁଠୁ ଉତ୍ତପ୍ତ ସହର ତାଳଚେର | 27 Apr 2024
-
ଓଡିଶା ଆସିବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା | 26 Apr 2024
-
ଓଡିଶାରେ ୨ୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ | 26 Apr 2024