ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଗୁଗଲ ପେ ୟୁଜର୍ସ ଏଣିକି ୟୁପିଆଇ ପେମେଣ୍ଟ କ୍ରେଡିଟ କାର୍ଡ ଜରିଆରେ ମଧ୍ୟ କରିପାରିବେ । ଏନେଇ ନେସନାଲ ପେମେଣ୍ଟ କର୍ପୋରେସନ ଅଫ୍ ଇଣ୍ଡିଆ ସହ ସହଭାଗିତା କରିଛି କମ୍ପାନୀ ।
ପ୍ରଥମେ କିଛି ବ୍ୟାଙ୍କର କ୍ରେଡିଟ କାର୍ଡ ଆପ୍ ରେ ଗ୍ରହଣ କରାଯିବ । ସେହି ବ୍ୟାଙ୍କ ମଧ୍ୟରେ ରହିଛି ଆକ୍ସିସ ବ୍ୟାଙ୍କ, ବ୍ୟାଙ୍କ ଅଫ୍ ବରୋଦା, କାନାରା ବ୍ୟାଙ୍କ, ଏଚଡିଏଫସି ବ୍ୟାଙ୍କ, ଇଣ୍ଡିଆନ୍ ବ୍ୟାଙ୍କ, କୋଟାକ ମହିନ୍ଦ୍ରା ବ୍ୟାଙ୍କ, ପଞ୍ଜାବ ନେସନାଲ ବ୍ୟାଙ୍କ ଏବଂ ୟୁନିୟନ ବ୍ୟାଙ୍କ । ଗୁଗଲ ପେ ୟୁଜର୍ସମାନେ ଏହି ବ୍ୟାଙ୍କର କ୍ରେଡିଟ କାର୍ଡ ଜରିଆରେ ୟୁପିଆଇ ପେମେଣ୍ଟ କରିପାରିବେ । ହେଲେ ବର୍ତ୍ତମାନ ଏହି ତାଲିକାରେ ଦେଶର ବଡ ବ୍ୟାଙ୍କ ଏସବିଆଇ ର ନାମ ସାମିଲ ନାହିଁ କିନ୍ତୁ ଖୁବ୍ ଶୀଘ୍ର ଏହି ତାଲିକାରେ ଅନ୍ୟସବୁ ବ୍ୟାଙ୍କ ଗୁଡିକ ସାମିଲ କରାଯିବ ବୋଲି କମ୍ପାନୀ କହିଛି ।
ଏପର୍ଯ୍ୟନ୍ତ ଆପ୍ ରେ କେବଳ ଡେବିଟ କାର୍ଡ ରୁ ପେମେଣ୍ଟ କରିବାର ଅପ୍ସନ ମିଳୁଥିଲା । କିନ୍ତୁ ଏବେ ୟୁଜର୍ସ କ୍ରେଡିଟ କାର୍ଡ ଜରିଆରେ ମଧ୍ୟ ପେମେଣ୍ଟ କରିପାରିବେ ।